ଏହି ଦେଶରେ ବ୍ୟାନ୍ ହେଲା Bhool Bhulaiyaa 3 ଏବଂ ସିଂଘମ ଏଗେନ୍
Bhool Bhulaiyaa 3 Singham Again Release: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'Bhool Bhulaiyaa 3' ଏବଂ ଅଜୟ ଦେବଗନଙ୍କ ଫିଲ୍ମ ସିଂଘମ ଏଗେନ୍ ଦୀପାବଳି ଅବସରରେ ମୁକ୍ତିଲାଭ କରିବ । ହେଲେ ବର୍ତ୍ତମାନ ଫିଲ୍ମ ଲାଗିଛି ଏକ ଝଟକା । କାରମ ସାଉଦି ଆରବରେ ଏହି ଦୁଇଟି ହିନ୍ଦୀ ସିନେମାକୁ ବ୍ୟାନ୍ କରାଯାଇଛି । ଏହି ୨ଟି ଫିଲ୍ମରେ କିଛି ଧାର୍ମିକ ଜିନିଷ ଦେଖାଯାଇଛି ଏବଂ ଯେଉଁଥି ପାଇଁ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି ।
ନଭେମ୍ବର ୨ ରେ Bhool Bhulaiyaa 3 ଏବଂ ସିଂଘମ ଏଗେନ୍ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଗୁଡ଼ିକ ଦୀପାବଳିରେ ବକ୍ସ ଅଫିସରେ ଧମାଲ୍ କରିବା ପାଇଁ ରେଡି ଅଛି । ହେଲେ ଏହା ପୂର୍ବରୁ ଖବର ରହିଛି ଯେ, ସାଉଦି ଆରବରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି । ବଲିଉଡ ଲାଇଫ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଫିଲ୍ମ ସିଂଘମ ଏଗେନ୍ ଏବଂBhool Bhulaiyaa 3କୁ ବ୍ୟାନ୍ କରାଯାଇଛି ।

ଧାର୍ମିକ ବିବାଦରୁ ରକ୍ଷା ପାଇବା ପାଇଁ ସାଉଦି ଆରବରେ 'ସିଂଘମ ଏଗେନ୍ 'କୁ ବ୍ୟାନ୍ କରାଯାଇଥିବା ନେଇ ସୂଚନା ରହିଛି । ସାଉଦ ଆରବରର ଲୋକଙ୍କ କହିବା ଅନୁସାରେ, ଏହି ସିନେମାରେ ହିନ୍ଦୁ ମୁସଲିମକୁ ନେଇ ଅନେକ ଜିନିଷ ଦେଖାଯାଇଛି ଯାହା ଠିକ୍ ନୁହେଁ ।
ଫିଲ୍ମ Bhool Bhulaiyaa 3 କୁ ମଧ୍ୟ ବ୍ୟାନ୍ କରାଯାଇଛି। ସମଲିଙ୍ଗୀ ସମ୍ପର୍କ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି, ଯାହା ସାଉଦି ଆରବରେ ଦେଖାଯିବା ଅନୁଚିତ । ଖବର ଅନୁଯାୟୀ, କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ୍, ମାଧୁରୀ ଦୀକ୍ଷିତ ଏବଂ ବିଦ୍ୟା ବାଲାନ ଫିଲ୍ମ Bhool Bhulaiyaa 3 ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରର ଗୀତଗୁଡ଼ିକ ପୂର୍ବରୁ ଚହଳ ସୃଷ୍ଟି କରୁଛି ଏବଂ ବାଣିଜ୍ୟ ବିଶ୍ଳେଷକମାନେ ବିଶ୍ୱାସ କରିଛନ୍ତି ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିବ ।
ଏଥି ସହିତ, ସିଂଘମ ଏଗେନ୍ ଫିଲ୍ମ ମଧ୍ୟ ଦୀପାବଳି ଏକ ଜବରଦସ୍ତ ଆୟ କରିବ । ଏଥିରେ ଅଜୟ ଦେବଗନ୍, କରୀନା କପୁର, ଦୀପିକା ପାଦୁକୋଣ, ରଣଭୀର ସିଂ, ଅକ୍ଷୟ କୁମାର, ଟାଇଗର ଶ୍ରଫଙ୍କ ପରି କଳାକାରମାନଙ୍କୁ ଦେଖିବାକୁ ମିଳିବ । ଏବେ ଦେଖିବା ବାକି ରହିଲା କେଉଁ ସିନେମା ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରୁଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications