Get Updates
Get notified of breaking news, exclusive insights, and must-see stories!

ସତୀଶ କୌଶିକଙ୍କ ମୃତ୍ୟୁ: ପତ୍ନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ବ୍ୟବସାୟୀ ବିକାଶ ମାଲୁ

ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ ।ବର୍ତ୍ତମାନ ଏହି ମାମଲାରେ ବିକାଶ ମାଲୁଙ୍କ ବିବୃତ୍ତି ସାମ୍ନାକୁ ଆସିଛି ।

Satish Kaushik Death

Satish Kaushik Death: ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ ।ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି ଏବଂ ଏବେ ସନ୍ଦେହ ଘରରେ ଅଛନ୍ତି ଅଭିନେତାଙ୍କ ୩୦ ବର୍ଷ ପୂରୁଣା ବନ୍ଧୁ ବିକାଶ ମାଲୁ ।କାରଣ ସେ ମୃତ୍ୟୁର ପୂର୍ବ ଦିନ ଅଭିନେତା ହୋଲି ସେଲିବ୍ରେସନ ପାଇଁ ବିକାଶଙ୍କର ଦିଲ୍ଲୀ ଫାର୍ମ ହାଉସ ଆସିଥିଲେ । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡିବାରେ ଲାଗିଥିଲା । ବର୍ତ୍ତମାନ ଏହି ମାମଲାରେ ବିକାଶ ମାଲୁଙ୍କ ବିବୃତ୍ତି ସାମ୍ନାକୁ ଆସିଛି।

ବିକାଶ ମାଲୁ ନିଜ ଇନଷ୍ଟାଗ୍ରାମରେ ହୋଲି ଉତ୍ସବ ସମୟରେ ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ସତୀଶ ବିକାଶଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ସତୀଶ ଜୀ ମୋର ପ୍ରାୟ ୩୦ ବର୍ଷ ଧରି ମୋର ବନ୍ଧୁ ଥିଲେ ହେଲେ ମୋର ନାଁରେ ମିଛ ଖବର ପ୍ରଚାର କରିବା ପାଇଁ ଦୁନିଆକୁ କିଛି ସମୟ ମଧ୍ୟ ଲାଗିଲା ନାହିଁ । ହୋଲି ଉତ୍ସବର କିଛି ଘଣ୍ଟା ପରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ସହ୍ୟ କରିବା କଷ୍ଟକର । ତେବେ ମୁଁ ଏତିକି କହିବା ପାଇଁ ଚାହିୁଁଛି ଯେ, ଦୁର୍ଘଟଣା କହିକି ଆସେ ନାହିଁ' । ଏହା ସହିତ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ, ସମସ୍ତଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ।

ଅନ୍ୟପକ୍ଷରେ ବିକାଶ ମାଲୁଙ୍କ ପତ୍ନୀ ଗତକାଲି ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ କୌଶିକଙ୍କୁ ୧୫ କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ଦୁବାଇରେ ନିବେଶ ପାଇଁ ଅଭିନେତାଙ୍କ ଠାରୁ ସେ ଟଙ୍କା ନେଇଥିଲେ । କୌଶିକ ସେହି ଟଙ୍କା ଫେରସ୍ତ କରିବାକୁ ବାରମ୍ବାର କହିଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଟଙ୍କା ଦେବାକୁ ଚାହୁଁନଥିଲେ । ସେ ଅଭିଯୋଗ କରିଛନ୍ତି ଯେ କୌଶିକଙ୍କୁ କିଛି ଔଷଧ ଦେଇ ହତ୍ୟା କରାଯାଇଥିଲା ଯେଉଁଥିରେ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+