ହୃଦ୍ଘାତ ନା ଆଉ କିଛି ରହିଛି ସତୀଶ କୌସିତ ମୃତର କରାଣ! ଫାର୍ମ ହାଉସରୁ ମିଳିଲା 'ଆପତ୍ତିଜନକ ଔଷଧ'
ବଲିଉଡର ପ୍ରସିଦ୍ଧ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କର ହଠାତ୍ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ଅନୁସାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ହେଲେ ବର୍ତ୍ତମାନ ଏହି ମାମଲାରେ ଏକ ଆଶ୍ଚର୍ଯ୍ୟ କଲା ତଥ୍ୟ ପ୍ରକାଶ ପାଇଛି ।

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କର ହଠାତ୍ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ଅନୁସାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ହେଲେ ବର୍ତ୍ତମାନ ଏହି ମାମଲାରେ ଏକ ଆଶ୍ଚର୍ଯ୍ୟ କଲା ପରି ତଥ୍ୟ ପ୍ରକାଶ ପାଇଛି । ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ଅଭିନେତାଙ୍କର ମୃତ୍ୟୁ ସନ୍ଦେହଜନକ ଅବସ୍ଥାରେ ହୋଇଛି ।
ଦିଲ୍ଲୀ ପୋଲିସର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଦିଲ୍ଲୀ ପୋଲିସ ଟିମ୍ ଫାର୍ମ ହାଉସକୁ ଯାଇ ଅନୁସନ୍ଧାନ କରିଥିଲା, ସେତେବେଳେ କିଛି 'ଆପତ୍ତିଜନକ ଔଷଧ' ପୋଲିସ ଉଦ୍ଧାର କରିଥିଲା । ଏବେ ସତୀଶ କୌଶିକଙ୍କ ବିସ୍ତୃତ ପୋଷ୍ଟ ମର୍ଟମ ଏବଂ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଏହା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।
ରିପୋର୍ଟ ଅନୁସାରେ, ହୋଲି ପାର୍ଟିକୁ ଆସିଥିବା ଅତିଥିମାନଙ୍କ ତାଲିକା ମଧ୍ୟ ପୋଲିସ ପ୍ରସ୍ତୁତ କରିଛି, ଯେଉଁମାନେ ସେହି ସମୟରେ ଫାର୍ମ ହାଉସରେ ଉପସ୍ଥିତ ଥିଲେ। ସତୀଶ କୌଶିକଙ୍କ ମୃତ୍ୟୁ ପରେ ଫେରାର ଥିବା ଶିଳ୍ପପତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବାକୁ ଚାହୁଁଛି । ପୋଲିସର ଅନୁସନ୍ଧାନ କରି ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେ, ଫାର୍ମହାଉସରେ ମିଳିଥିବା ଆପତ୍ତିଜନକ ଔଷଧର ପ୍ୟାକେଟ୍ କାହା ପାଇଁ ଏବଂ କାହିଁକି ଆସିଥିଲା?
ସୂଚନାଥାଉ ଯେ, ସତୀଶ କୌଶିକ ଏକ ହୋଲି ପାର୍ଟୀରେ ଯୋଗ ଦେବା ପାଇଁ ଦିଲ୍ଲୀର ଜଣେ ବନ୍ଧୁଙ୍କ ଫାର୍ମହାଉସକୁ ଆସିଥିଲେ। ଯେଉଁ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ସୂଚନା ଅନୁସାରେ, ଅଭିନେତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ହେଲେ ଅଭିନେତାଙ୍କର ହଠାତ୍ ଏପରି ମୃତ୍ୟୁକୁ କେହି ସହଜରେ ଶ୍ୱିକାର କରି ପାରୁ ନାହାଁନ୍ତି । ସଲମାନ ଖାନ, ଅନୁପମ ଖେର, ଜାଭେଦ ଅଖତର, ରଣବୀର କପୁରଙ୍କ ସମେତ ବି ଟାଉନର ଅନେକ କଳାକରା ସତୀଶଙ୍କୁ ଶେଷ ବିଦାୟ ଦେବା ପାଇଁ ପହଁଚିଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications