ବିବାଦରେ ଦିଲଜିତ୍ପା ! ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଚଳଚ୍ଚିତ୍ର କରିବା.....
ଦିଲଜିତ୍ ଦୋସାଂଝ ତାଙ୍କ ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର 'ସର୍ଦ୍ଦାର ଜୀ ୩'ର ଟ୍ରେଲର ରବିବାର ରିଲିଜ୍ କରିଛନ୍ତି, ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି। ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ, ଯେଉଁ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ଭାରତରେ ନିଷିଦ୍ଧ କରାଯାଇଥିଲା। ଏହି କାରଣରୁ 'ସର୍ଦ୍ଦାର ଜୀ ୩'କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି। ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଏମଧ୍ୟରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି। ଏହା ସହ ଏହି ଫିଲ୍ମକୁ ବଏକଟ କରିବାକୁ ଦାବି କରିଛନ୍ତି।
'ଦି ହ୍ବାଇଟ ହିଲ୍ ଷ୍ଟୁଡିଓ' ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛି ଯେ, "ଆମେ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଯେ, 'ସରଦାରଜୀ ୩' ଜୁନ୍ ୨୭ତାରିଖରେ ବିଦେଶରେ ମୁକ୍ତିଲାଭ କରିବ। ଭାରତରେ ଏହାର ମୁକ୍ତିଲାଭକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆମେ ଆପଣଙ୍କ ଭଲପାଇବା ଏବଂ ଧୈର୍ଯ୍ୟର ପ୍ରଶଂସା କରୁଛୁ, ଏବଂ ଆମେ ଖୁବ୍ ଶୀଘ୍ର ଭାରତୀୟ ମୁକ୍ତିଲାଭ ତାରିଖ ସେୟାର କରିବୁ। ଅପଡେଟ୍ ପାଇଁ ଆମ ସହିତ ରୁହନ୍ତୁ। "

ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି ଫିଲ୍ମଟି କେବଳ ବିଦେଶରେ ରିଲିଜ୍ ହେବ ବୋଲି କହିଛନ୍ତି ଦିଲ୍ଜିତ୍। ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଏବେ ଲୋକେ ଦିଲ୍ଜିତଙ୍କୁ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି।












Click it and Unblock the Notifications