ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କର ମୃତ୍ୟୁ, ଦୀପିକା ପାଦୁକୋଣଙ୍କ ସହ ଏହି ଫିଲ୍ମରେ ଆସିଥିଲେ ନଜର
ମୁମ୍ବାଇ: ଅଭିନେତ୍ରୀ Vaibhavi Upadhyayaଙ୍କ ପରଲୋକ । ବୈବଭୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏନେଇ ଜେଡି ମଜୋଠିୟା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି
ଉତ୍ତର ଭାରତରେ Vaibhavi Upadhyayaଙ୍କ କାର୍ ଦୁର୍ଘଟଣା ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା
ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Sarabhai vs Sarabhaiରେ ଜାସମିନ୍ ଭୂମିକାରେ ଅଭିନୟ କରୁଥିବା ଯୁବ ଅଭିନେତ୍ରୀ Vaibhaviଙ୍କର ଅନ୍ତିମସଂସ୍କାର ମୁମ୍ବାଇରେ କରାଯିବ ।

ଲୋକପ୍ରିୟ ଟିଭି ଶୋ 'Sarabhai vs Sarabhaiରେ'ରେ ତାଙ୍କ ଅଭିନୟ ପାଇଁ ସେ ଘରେ ଘରେ ଏକ ନୂଆ ପରିଚୟ ପାଇଥିଲେ । ତେବେ କେଉଁ ସ୍ଥାନରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା ତାହା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ନିର୍ମାତା ଜେଡି ମଜୋଠିୟା ନିଜ ଇନଷ୍ଟାଗ୍ରାମରେ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ଉତ୍ତର ଭାରତରେ ଘଟିଛି ।
ଆଜି ସକାଳ ପ୍ରାୟ 11ଟା ବେଳେ ତାଙ୍କ ମୃତଦେହ ନେଇ ପରିବାର ମୁମ୍ବାଇରେ ପହଞ୍ଚିବେ। ସେଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି । ସୂଚନାଥାଉ ଯେ, ଦିବଙ୍ଗତ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ସହ 2020ରେ ଚଳଚ୍ଚିତ୍ର 'ଛପାକ୍' ଏବଂ 'ତିମିର'ରେ କାମ କରିଥିଲେ । ତେବେ ଏହା ପୂର୍ବରୁ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କୁ ମୁମ୍ବାଇର ଆନ୍ଧେରିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।












Click it and Unblock the Notifications