ପୁଣି ଏକାଠି ନଜର ଆସିଲେ ସାରା- କ୍ରିକେଟର ଶୁଭମନ ଗିଲ୍, ଭିଡିଓ ହେଲା ଭାଇରାଲ
ପୁଣି ଏକାଠି ନଜର ଆସିଲେ ସାରା- କ୍ରିକେଟର ଶୁଭମନ ଗିଲ୍, ଭିଡିଓ ହେଲା ଭାଇରାଲ
ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ସାରା- କ୍ରିକେଟର ଶୁଭମନ ଗିଲ୍ । ଭିଡିଓ ହେଲା ଭାଇରାଲ । ପୁଣି ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋରଧରିଲା । ବଲିଉଡର ଅଭିନେତ୍ରୀ ସାରା ଅଲି ଖାନ ନିଜ ପ୍ରତି ଅନ୍ଦାଜରେ ଜିଣନ୍ତି ଦର୍ଶକଙ୍କ ମନ । ଖୁବ କମ ଫିଲ୍ମ କରି ମଧ୍ୟ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।

Shubman and sara👀👀👀#Shubmangill #saraalikhan pic.twitter.com/BidBGA4KTg
— Anusha Khan (@anusha_k22) October 13, 2022
ଏବେ ପୁଣି ସାରାଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି । ହେଲେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ପର୍ସନାଲ୍ ଲାଇଫ୍କୁ ନେଇ । ଗତ କିଛି ଦିନ ହେଲା ସାରା ଅଲି ଖାନ୍ ଏବଂ କ୍ରିକେଟର ଶୁଭମନ ଗିଲ୍ଙ୍କ ଡେଟିଂ ଖବରକୁ ନେଇ ନୂଆ ନୂଆ ଅରଡେଟ୍ ସାମ୍ନାକୁ ଆସୁଛି । ପୂର୍ବରୁ ମଧ୍ୟ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । ବର୍ତ୍ତମାନ ଉଭୟଙ୍କର ନୂଆ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଟ୍ୱିଟରରେ ଜଣେ ୟୁଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସାରା ଅଲି ଖାନଙ୍କୁ ଏକ ହୋଟେଲରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି । ଏହା ସହ ଆଉ ଏକ ସର୍ଟ କ୍ଲିପ୍ରେ ସାମ୍ନାକୁ ଆସିଛି । ଯେଉଁଥିରେ ସାରା ଏବଂ ଶୁଭମନ ଗିଲଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ସେହିପରି ଉଭୟଙ୍କ ଫ୍ଲାଇଟ୍ ଭିତରର କିଛି ଫୋଟ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ପୁଣି ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ବୃଦ୍ଧି ପାଇଛି ।
Check out the humble behaviour of #saraalikhan in flight from Delhi to Mumbai. She gave selfies to everyone with warm gesture. #exclusive @SaraAliKhan pic.twitter.com/61iFwddDRz
— Crazy 4 Bollywood 💙 (@crazy4bolly) October 12, 2022












Click it and Unblock the Notifications