ବିଜୟ ଦେବରାକୋଣ୍ଡାଙ୍କୁ ଡେଟ୍ କରିବା ପାଇଁ ଚାହୁଁଛନ୍ତି ଚୁଲବୁଲି ସାରା
ବିଜୟ ଦେବରାକୋଣ୍ଡାଙ୍କୁ ଡେଟ୍ କରିବା ପାଇଁ ଚାହୁଁଛନ୍ତି ଚୁଲବୁଲି ସାରାSARA ALI KHAN WANTS TO DATE VIJAY DEVERAKONDA
ମୁମ୍ବାଇ:କରଣ ଜୋହରଙ୍କ ଚାଟ୍ ସୋ କଫି ୱିଥ୍ କରନ୍ ସିଜନ୍ 7 ପ୍ରିମିୟର୍ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ଆସିଥିଲେ। ବର୍ତ୍ତମାନ ଏହି ସପ୍ତାହରେ ବଲିଉଡର ଦୁଇ ଭଲ ବନ୍ଧୁ ସାରା ଅଲି ଖାନ ଏବଂ ଜାନଭୀ କପୁର କରଣଙ୍କ ସୋ'ରେ ନଜର ଆସିବେ। ଏହି ଶୋ'ର ଟ୍ରେଲରକୁ କରଣ ଜୋହର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ କରଣ ଜାନଭୀ ଏବଂ ସାରାଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଟ୍ରେଲରରେ କରଣ ଜୋହର ସାରା ଅଲି ଖାନଙ୍କୁ ପଚାରୁଛନ୍ତି ସେ ବର୍ତ୍ତମାନ କେଉଁ ପୁଅକୁ ଡେଟ୍ କରିବାକୁ ଚାହୁଁଛନ୍ତି। ପ୍ରଥମେ ସାରା ସମସ୍ତଙ୍କର ଉତ୍ତର ଦେବାକୁ ମନା କରିଦେଇଥିଲେ, ପରେ ସେ ବିଜୟ ଦେବରାକୋଣ୍ଡାଙ୍କ ନାମ ନେଇଥିଲେ । ସାରା ଯେତେବେଳେ ବିଜୟଙ୍କ ନା ନେଇଥିଲେ , ଜାନଭୀ ଖୁବ ହସିବାକୁ ଲାଗିଲେ । ଏହା ପରେ କରଣ ପଚାରିଛନ୍ତି ଯେ ଆପଣ ବିଜୟଙ୍କ ସହିତ ଅନେକ ସମୟରେ ଏକାଠି ନଜର ଆସନ୍ତି । ଏହା ପରେ ସାରା ତାଙ୍କୁ ପଚାରିଛନ୍ତି ଯେ ସେ ବିଜୟଙ୍କୁ ପସନ୍ଦ କରନ୍ତି କି?
କରଣ ସାରଙ୍କୁ ଗୋଟିଏ ବିଭାଗରେ ତାଙ୍କ ଏକ୍ସ ବିଷୟରେ ବିଷୟରେ କିଛି କହିବାକୁ କହୁଛନ୍ତି । ଏହାକୁ ନେଇ ସାରଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା କହିଛନ୍ତି ଯେ ସମସ୍ତେ ମୋର ଏକ୍ସ । ତେବେ କରଣ ନିକଟରେ ପ୍ରକାଶ କରିଛନ୍ତି ଯେ ସାରା ଅଲି ଖାନ ଏବଂ କାର୍ତ୍ତିକ ଆର୍ଯନ ପରସ୍ପରକୁ ଡେଟ କରିଛନ୍ତି।କଫି ୱିଥ୍ କରଣର ଏହି ଏପିସୋଡ୍ ଜୁଲାଇ ୧୪ ରେ ଡିଜନି ପ୍ଲସ୍ ହଟଷ୍ଟାରରେ ପ୍ରିମିୟର ହେବାକୁ ଯାଉଛି ।ଏହି ଏପିସୋଡରେ ସାରା ଜାହ୍ନବୀଙ୍କର ଅନେକ କଥା ଜାଣିବା ପାଇଁ ପାଇବେ ଦର୍ଶକ ।












Click it and Unblock the Notifications