ଲଣ୍ଡନରେ ପରିବାର ସହ ଛୁଟି କାଟୁଛନ୍ତି ସାରା ଅଲି ଖାନ୍
ଲଣ୍ଡନରେ ପରିବାର ସହ ଅଭିନେତ୍ରୀ ସାରା ଅଲି ଖାନ। ସେ ପରିବାର ସହ ଲଣ୍ଡନରେ ଛୁଟି କାଟିବା ପାଇଁ ଯାଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ପେଜରେ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି ।
ଲଣ୍ଡନ: ଲଣ୍ଡନରେ ପରିବାର ସହ ଅଭିନେତ୍ରୀ ସାରା ଅଲି ଖାନ। ସେ ପରିବାର ସହ ଲଣ୍ଡନରେ ଛୁଟି କାଟିବା ପାଇଁ ଯାଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ପେଜରେ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି । ଚିକମିକ କାଜୁଆଲ୍ ପୋଷାକ ପିନ୍ଧି ତାଙ୍କ ଭାଇ ଇବ୍ରାହିମ୍ ଅଲି ଖାନଙ୍କ ସହ ପୋଜ୍ ଦେଇଛନ୍ତି ।

କାରୋସେଲ୍ ପୋଷ୍ଟରେ ଏକ ବୁମେରାଙ୍ଗ ମଧ୍ୟ ଅଛି । ଏଥିରେ ସାରା ଏବଂ ତାଙ୍କ ସାଙ୍ଗ ତଶିନ ରହିମୁଲା ଏବଂ ରୋହନ ମଲହୋତ୍ରା ଅଛନ୍ତି । ଜିମ ସୁଟରେ ମଧ୍ୟ ଫଟୋ ସେୟାର କରିଛନ୍ତି ସାରା । ମନ ଡେ ମୋଟିଭେସନ ଲେଖି ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ତେବେ ଭ୍ୟାକେସନରେ ଥାଇ ମଧ୍ୟ ସେ ନିଜର ଫିଟନେସ ପ୍ରତି ଧ୍ୟାନ ରଖିଛନ୍ତି।

ଏହା ପୂର୍ବରୁ ସାରା ଅଲି ଖାନ ତୁର୍କୀର ଇସ୍ତାନବୁଲରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା । ସେହି ସମୟରେ, ସେ ଫଟୋଗ୍ରାଫର ରୋହନ ଶ୍ରେଷ୍ଟ, ଷ୍ଟାଇଲିଷ୍ଟ ତାନିଆ ଗଭ୍ରୀ ଏବଂ ପାର୍ଥ ମଙ୍ଗଲାଙ୍କ ସମେତ ସହିତ ଆଉ ଏକ ପୋଷ୍ଟ ସେୟାର କରିଥିଲେ । ସାରା ବୋସଫୋରସ୍ ଷ୍ଟ୍ରେଟ୍, ହାଗିଆ ସୋଫିଆ ଗ୍ରାଣ୍ଡ ମସଜିଦ, ସୁଲେମାନିଏ କାମି ଏବଂ ବ୍ଲୁ ମସଜିଦ ପରିଦର୍ଶନ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ଅତରଙ୍ଗି ରେରେ ଦେଖିବାକୁ ମିଳିଥିଲା ।












Click it and Unblock the Notifications