Sanjay Dutt : ପ୍ରେମିକା ପାଇଁ ଋଷି କପୁରଙ୍କୁ ମାରିବା ପାଇଁ ପହଞ୍ଚିଥିଲେ ଅଭିନେତା ସଞ୍ଜୟ ଦତ୍ତ
Sanjay Dutt Birthday: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ
ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ସଞ୍ଜୟ ଦତ୍ତ ନିଜ ସମ୍ପର୍କକୁ ନେଇ ଅନେକ ଥର ଖୁଲମଖୁଲା ଆଲୋଚନା କରିଛନ୍ତି । ତାଙ୍କ ଉପରେ ନିର୍ମିତ ଫିଲ୍ମ ସଞ୍ଜୁରେ ତାଙ୍କ ଲାଇଫର ଅନେକ ଘଟଣା ବିଷୟରେ ଜାଣିବା ପାଇଁ ପାଇଥିଲେ ଫ୍ୟାନ୍ସ । ସଞ୍ଜୟଙ୍କର ଅନେକ ଅଭିନେତ୍ରୀ ଏବଂ ମଡେଲଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଆଜି ସଞ୍ଜୁ ବାବା ନିଜର 64 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରେ ଚାଲନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା ଜାଣିବା ।
ଏପରି ସମୟ ଥିଲା ଯେ ଅଭିନେତା ସଞ୍ଜୟ ଦତ୍ତ ନିଜ ପ୍ରେମିକା ପାଇଁ ଋଷି କପୁରଙ୍କୁ ମାରିବା ପାଇଁ ତାଙ୍କ ଘରେ ପହଞ୍ଚି ଯାଇଥିଲେ ।
ସଞ୍ଜୟ ଦତ୍ତ ଟିନା ମୁନିମଙ୍କୁ ଡେଟ କରିବା ସମୟରେ ଏପରି ଘଟଣା ଘଟିଥିଲା । ସଞ୍ଜୟ ଦତ୍ତ ଏବଂ ଟିନା ରକି ଫିଲ୍ମରେ ଏକାଠି କାମ କରିବା ସମୟରେ ପରସ୍ପର ପ୍ରେମରେ ପଡିଯାଇଥିଲେ । ପୁରା ଇଣ୍ତଷ୍ଟ୍ରି ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲା । ହେଲେ ବେଶି ଦିନ ଟିକିପାରି ନଥିଲା ଦୁହେଁଙ୍କ ସମ୍ପର୍କ । ସଞ୍ଜୟ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ଯାହା ପରେ ଦୁହେଁଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା ।

ଟିନା ମୁନିମ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ। ସଞ୍ଜୟ ଦତ୍ତ ଟିନାଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ସେତେବେଳେ ଟିନା ଏବଂ ଋଷି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଉଭୟଙ୍କ ଯୋଡି ସିନେମା ଜଗତରେ ଛାଇଯାଇଥିଲା । ଋଷି ଏବଂ ଟିନାଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଖୁବଭଲ ଥିଲା ଏବଂ ଅଫସ୍କ୍ରିନ୍ ଉଭୟ ଭଲ ବନ୍ଧୁ ଥିଲେ କିନ୍ତୁ ସଞ୍ଜୟ ଦତ୍ତ ସେମାନଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ ।
ଋଷି କପୁର-ଟିନା ମୁନିମଙ୍କ ବନ୍ଧୁତାକୁ ସନ୍ଦେହ କରି ସଞ୍ଜୟ ଦତ୍ତ ଋଷି କପୁରଙ୍କୁ ମାରିବା ପାଇଁ ତାଙ୍କ ଘରେ ପହଞ୍ଚି ଯାଇଥିଲେ । ଋଷି କପୁର ନିଜେ ଏ ବଷୟରେ ଏକ ଇଣ୍ଟରଭ୍ୟୁରେ ସୂଚନା ଦେଇଥିଲେ । ସଞ୍ଜୟ ଦତ୍ତଙ୍କ ବନ୍ଧୁ ଗୁଲଶନ ଗ୍ରୋଭର ଏ ଘଟଣା ବିଷୟରେ କହିଛନ୍ତି । ସେ କହିଥିଲେ ଯେ, ସଞ୍ଜୁ ଋଷି କପୁର ଏବଂ ଟିନା ମୁନିମଙ୍କ ମଧ୍ୟରେ ଅଫେୟାର ଚାଲିଥିବାର ସନ୍ଦେହ କରିଥିଲେ । ଦିନେ ସଞ୍ଜୁ ମୋତେ ଋଷି କପୁରଙ୍କ ଘରକୁ ଯିବା ପାଇଁ କହିଥିଲା କାରଣ ସେ ତାଙ୍କୁ ମାରିବା ପାଇଁ ଚାହୁଁଥିଲା ।
ଆମେ ମଧ୍ୟ ସେଠାକୁ ଯାଇଥିଲୁ କିନ୍ତୁ ସେତେବେଳେ ଋଷି କପୁରଙ୍କ ପ୍ରେମିକା ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ ସେ ସଞ୍ଜୟଙ୍କୁ ବୁଝାଇଥିଲେ ଏବଂ କହିଥିଲେ ଋଷି-ଟିନାଙ୍କ ମଧ୍ୟ ସେମିତି କିଛି ସମ୍ପର୍କ ନାହିଁ । କାରମ ସେ ଋଷି କପୁରଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଏହା ପରେ ସଞ୍ଜୟ ଦତ୍ତ ସତ୍ୟତା ଜାଣିପାରି ନଥିଲେ ଏବଂ ସେଠାରୁ ଚାଲିଯାଇଥିଲେ ।












Click it and Unblock the Notifications