ବାହୁବଳୀ ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୟ ଦତ୍ତ, ସାଇନ୍ କଲେ ବିଗ୍ ବଜେଟ୍ ଫିଲ୍ମ
ବାହୁବଳୀ ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୟ ଦତ୍ତ । ପୁଣି ନେଗେଟିଭ୍ କ୍ୟାରେକ୍ଟରରେ ଜଣିବେ ଦର୍ଶକଙ୍କ ମନ ।

ମୁମ୍ବାଇ: ବାହୁବଳୀ ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୟ ଦତ୍ତ । ପୁଣି ନେଗେଟିଭ୍ କ୍ୟାରେକ୍ଟରରେ ଜଣିବେ ଦର୍ଶକଙ୍କ ମନ । କେବଳ ବଲିଉଡରେ ନୁହେଁ ବର୍ତ୍ତମାନ ଅଭିନେତା ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ଜଣେ ଲୋକପ୍ରିୟ ଭିଲେନ୍ ସାଜିଛନ୍ତି ।
ଗତ ବର୍ଷ ସଞ୍ଜୟ ଦତ୍ତଙ୍କୁ ୟଶ ଷ୍ଟାରର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର କେଜିଏଫ-୨ ରେ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ରକୁ ଦର୍ଶକଙ୍କର ବେଶ୍ ଭଲପାଇବା ମିଳିଥିଲା । ବେସ୍ ଲାଇମଲାଇଟ୍ ମଧ୍ୟ ସାଉଁଟିଥିଲେ ସଞ୍ଜୟ ଦତ୍ତ । ଏହା ପରେ ସେ ଥଲପଥି ବିଜୟଙ୍କ ମେଗାବଜେଟ୍ ଫିଲ୍ମ 'ଲିଓ' ପାଇଁ ସାଇନ୍ କରିଥିଲେ ଅଭିନେତା । ଏହି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ । ଏଥର ସୁପରଷ୍ଟାର ପ୍ରଭାସଙ୍କ ନଜର ଆସିବେ ଅଭିନେତା ସଞ୍ଜୟ ଦତ୍ତ । ବର୍ତ୍ତମାନର ସୂଚନା ଅନୁସାରେ, ପ୍ରଭାସଙ୍କ ସହ ଏକ ଫିଲ୍ମ ପାଇଁ ସଞ୍ଜୟ ଦତ୍ତ ସାଇନ୍ ମଧ୍ୟ କରିସାରିଛନ୍ତି।
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସଞ୍ଜୟ ଦତ୍ତଙ୍କ ଅଭିନୟର ଜଣେ ପ୍ରଶଂସକ ହୋଇପାରିଛି, ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ ବଜେଟ୍ ଫିଲ୍ମର ଅଫର ମଳିବାରେ ଲାଗିଛି । ପ୍ରଭାସଙ୍କ ବିଗ୍ ବଜେଟ୍ ଚଳଚ୍ଚିତ୍ରରେ ନଜର ଆସିବେ ସଞ୍ଜୟ ଦତ୍ତ ହେଲେ ଏହି ଚଳଚ୍ଚିତ୍ରରେ ତାଙ୍କୁ କେଉଁ ଭୂମିକାରେ ଦେଖିବା ପାଇଁ ମିଳିବ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
ତେବେ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ ଅକ୍ଟୋବର ୨୦୨୩ ରେ ଆରମ୍ଭ ହେବା ପାଇଁ ଯାଉଛି । ଯେଉଁଥିରେ ପ୍ରଭାସ ଏବଂ ମାଲାଭିକା ମୋହନନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଖବର ଅନୁଯାୟୀ ସଞ୍ଜୟ ଦତ୍ତ ଏହି ଚଳଚ୍ଚିତ୍ରରେ ହିରୋଙ୍କ ଜେଜେବାପା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । କିଛି ସପ୍ତାହ ପୂର୍ବରୁ ଏହି ଫିଲ୍ମର ସେଟରୁ ଏକ ଫଟୋ ଭାଇରାଲ ହୋଇଥିଲା ଯାହା ପରେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଲିକ୍ ହୋଇଥିବା ଫଟୋରେ ପ୍ରଭାସ ଏବଂ ନିର୍ଦ୍ଦେଶକ ମାରୁତି ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications