ସାନିଆ-ଶୋଏବଙ୍କ ଛାଡପତ୍ର ଖବର ଏକ ପବ୍ଲିସିଟ୍ ଷ୍ଟଣ୍ଟ ! ଜାଣନ୍ତୁ କ'ଣ ପାଇଁ ଏପରି କହିଲେ ପ୍ରଶଂସକ
ସାନିଆ-ଶୋଏବଙ୍କ ଛାଡପତ୍ର ଖବର ଏକ ପବ୍ଲିସିଟ୍ ଷ୍ଟଣ୍ଟ ! ଜାଣନ୍ତୁ କ'ଣ ପାଇଁ ଏପରି କହିଲେ ପ୍ରଶଂସକ
ମୁମ୍ବାଇ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ କ୍ରୀଡା ଜଗତର ଏକ ଜଣାଶୁଣା ଦମ୍ପତ୍ତି । ନିକଟରେ ଚର୍ଚ୍ଚା ଜୋରଧରିଥିଲା ଯେ ଦୁହେଁ ନିଜ ସମ୍ପର୍କକୁ ସମାପ୍ତ କରିବା ପାଇଁ ଯାଉଛନ୍ତି । ସେମାନଙ୍କ ଛାଡପତ୍ର ଖବର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଖବର ପରେ ଏବେ ଫ୍ୟାନ୍ସଙ୍କ ପାଇଁ ଅଛି ଏକ ଖୁସି ଖବର । ହେଲେ କିଛି ଏହାକୁ ପବ୍ଲିସିଟ୍ ଷ୍ଟଣ୍ଟ ବୋଲି ମଧ୍ୟ କହିବା ଆରମ୍ଭ କଲେଣି ।

ଉଭୟଙ୍କ ନୂଆ ସୋ' 'ଦି ମିର୍ଜା ମଲିକ୍ ଶୋ'
ନିକଟରେ ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ ବୋଲି କିଛି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଥିଲା । ଏପରକି ସେତେବେଳେ ସାନିଆ ମିର୍ଜାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡା ଯାଇଥିଲା । ହେଲେ ଡିଭୋର୍ସକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ନଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସେମାନଙ୍କର ନୂଆ ସୋ 'ଦି ମିର୍ଜା ମଲିକ୍ ଶୋ' ବିଷୟରେ ସୂଚନା ରହିଛି । ଉର୍ଦ୍ଦୁ ଫ୍ଲିକ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 'ଦି ମିର୍ଜା ମଲିକ ଶୋ'ର ପୋଷ୍ଟର ସେୟାର କରାଯାଇଛି । ଏହି ପୋଷ୍ଟରରେ ସାନିଆ ଏବଂ ଶୋଏବ ଏକାଠି ନଜର ଆସିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖାଯାଇଛି- 'ଦି ମିର୍ଜା ମଲିକ୍ ଶୋ' ଖୁବ୍ ଶୀଘ୍ର ଉର୍ଦ୍ଦୁଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ।
ଏହି ଖବର ଭାଇରାଲ୍ ହେବା ପରେ କିଛି ଲୋକ ଖୁସି ବ୍ୟକ୍ତ କରୁଛନ୍ତି ତ ଅନ୍ୟପକ୍ଷରେ କିଛି ସେମାନଙ୍କ ଛାଡପତ୍ରର ଖବରକୁ ଏକ ପ୍ରଚାର ପ୍ରସାର ବୋଲି କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ଛାଡପତ୍ରର ଖବର ଏକ ପବ୍ଲିସିଟ୍ ଷ୍ଟଣ୍ଟ'। ସେହିପରି କିଛି ୟୁଜର୍ସ ଏହି ଶୋ'କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଶୋଏବ ଏବଂ ସାନିଆ ଏପ୍ରିଲ୍ ୨୦୧୦ ରେ ପରସ୍ପରର ହାତ ଧରିଥିଲେ ।












Click it and Unblock the Notifications