ସିନେମା ଜଗତ ପାଇଁ ପୁଣି ଦୁଃଖଦ ଖବର, ଅଭିନେତା ସମୀର ଖାଖରଙ୍କ ପରଲୋକ

ସତୀଶ କୌଶିକଙ୍କ ପରେ ଅଭିନେତା ସମୀର ଖାଖରଙ୍କର ଦେହାନ୍ତ ହୋଇଛି। ଏ ନେଇ ସୂଚନା ଦେଲେ ଅଭିନେତାଙ୍କ ଭାଇ ଗଣେଶ । ଦୁରଦର୍ଶନର ପ୍ରସିଦ୍ଧ ସିରିଏଲ 'ନୁକ୍କଡ୍'ରେ ଖୋପିଡୀ ଭୂମିକାରେ ଅଭିନୟ କରି ଅଭିନେତା ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

Sameer Khakkar

ମୁମ୍ବାଇ: ମନୋରଞ୍ଜନ ଜଗତରେ ପୁଣି ଶୋକର ଛାୟା ଖେଳିଯାଇଛି । ସତୀଶ କୌଶିକଙ୍କ ପରେ ଅଭିନେତା ସମୀର ଖାଖରଙ୍କର ଦେହାନ୍ତ ହୋଇଛି। ଏ ନେଇ ସୂଚନା ଦେଲେ ଅଭିନେତାଙ୍କ ଭାଇ ଗଣେଶ । ଦୁରଦର୍ଶନର ପ୍ରସିଦ୍ଧ ସିରିଏଲ 'ନୁକ୍କଡ୍'ରେ ଖୋପିଡୀ ଭୂମିକାରେ ଅଭିନୟ କରି ଅଭିନେତା ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

୭୦ ବର୍ଷୀୟ ଅଭିନେତା ବୁଧବାର ସକାଳ ୪.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସତୀଶଙ୍କ ହଠାତ୍ ମୃତ୍ୟୁ ପରେ ସମୀରଙ୍କ ମୃତ୍ୟୁରେ ବଲିଉଡ ପୁଣି ଥରେ ଚକିତ କରିଦେଇଛି । ସୂଚନା ଅନୁସାରେ ସେ, ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କୁ ମୁମ୍ବାଇ ବୋରିୱଲି ଏମଏନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତର ହେବା ପରେ ତାଙ୍କୁ ମଙ୍ଗଳବାର ଅପରାହ୍ନରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହା ପରେ ଅକାଧିକ ଅର୍ଗାନ୍ ଫେଲ୍ ହେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ବୋରିବାଲିସ୍ଥିତ ବାଭାଇ ନାକା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଅଭିନେତାଙ୍କ ଦେହାନ୍ତ ପରେ ବି-ଟାଉନରେ ଶୋକରଛାୟା ଖେଳିଯାଇଛି । ଅନେକ ଅଭିନେତା-ଅଭିନେତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+