Samay Raina: India's Got Latent ର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା
ସମୟ ରୈନାଙ୍କ India's Got Latent ସୋ'ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିବାଦ ତେଜିବା ସହିତ ରଣବୀର ଓ ସମୟଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର ରୁଜୁ ହୋଇଛି । ଏପରିକି ସଂସଦ ଯାଏଁ ପହଞ୍ଚିଛି ଏହି ପ୍ରସଙ୍ଗ । ଏହାରି ମଧ୍ୟରେ ବିବାଦକୁ ନେଇ ବର୍ତ୍ତମାନ ନୀରବତା ଭାଙ୍ଗିଛନ୍ତି କମେଡିଆନ ସମୟ ରୈନା । ସେ ନିଜର ସୋ'ରୁ ସମସ୍ତ ଭିଡିଓ ଡିଲିଟ୍ କରିଦେଇଛନ୍ତି ।
ସମୟ ରୈନା ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯାହାବି କିଛି ହେଉଛି ଏହାକୁ ହ୍ୟାଣ୍ଡେଲ କରିବା ମୋ ପାଇଁ ଦୁଃଖ ଦାୟକ ହୋଇଯାଉଛି । ମୁଁ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ର ସମସ୍ତ ଭିଡିଓ ଚ୍ୟାନେଲରୁ ହଟାଇ ଦେଇଛି । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ହସାଇବା ଥିଲା । ଘଟଣାର ଯାଞ୍ଚ ଠିକ୍ ଭାବେ ହେଉ, ଏଥିପାଇଁ ମୁଁ ସବୁ ଏଜେନ୍ସିକୁ ସହଯୋଗ କରିବାକୁ ପ୍ରସ୍ତୁତ ।

ସମୟ ରୈନାଙ୍କ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ଏଥର ଏହା ସବୁ ସୀମା ଟପିଯାଇଥିଲା । ଏହି 'ଶୋ'ର ଲାଟେଷ୍ଟ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିଥିଲେ, ଯାହାକୁ ନେଇ ବଢିଚାଲିଛି ବିବାଦ ।












Click it and Unblock the Notifications