ଏହି ନିର୍ଦ୍ଦେଶକଙ୍କ ପ୍ରେମର ପଡିଲେ ସମନ୍ଥା ରୁଥ ପ୍ରଭୁ !
ସିନେମା ସହ ସିନେ ଜଗତରେ ରାଜ କରୁଥିବା କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ରହିଥାଏ ପ୍ରଶଂସକଙ୍କ ନଜର । ଆଜିର ସୋସିଆଲ ମିଡିଆ ଯୁଗରେ କୌଣସି ଖବର ଲୁଚି ରହେ ନାହିଁ ।ଷ୍ଟାରମାନେ ପ୍ରଶଂସକଙ୍କ ଆଖିରୁ ସେମାନଙ୍କର ସମ୍ପର୍କକୁ ଲୁଚାଇ ପାରନ୍ତି ନାହିଁ । ବର୍ତ୍ତମାନ ଜଣେ ସାଉଥ୍ ଅଭିନେତ୍ରୀଙ୍କ ନୂଆ ସମ୍ପର୍କକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ଗୁଜବ ଚାଲିଛି ଯେ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜୀବନରେ ଦ୍ୱିତୀୟ ଥର ପାଇଁ ପ୍ରେମର ହୋଇଛି ଏଣ୍ଟ୍ରୀ । ତାଙ୍କ ନାମ ରାଜ ନିଦିମୋରୁଙ୍କ ସହ ଯୋଡା ଯାଉଛି । ଗତକାଲି ସମନ୍ଥା ରୁଥ୍ ପ୍ରଭୁ ଆଶୀର୍ବାଦ ନେବା ପାଇଁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ରାଜ ନିଦିମୋରୁ ମଧ୍ୟ ନଜର ଆସିଥିଲେ । ହେଲେ ଦୁହେଁ କ୍ୟାମେରା ପାଇଁ ଏକାଠି ପୋଜ୍ ଦେଇ ନଥିଲେ। ଏହା ସତ୍ତ୍ୱେ, ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୂର୍ବରୁ, ଉଭୟଙ୍କୁ ଏକ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଏକାଠି ଦେଖିବାକୁ ମିଳିଥିଲା। ଯାହା ପରେ ସମସ୍ତେ ସେମାନଙ୍କ ସମ୍ପର୍କ ବିଷୟରେ ଅନୁମାନ କରିବା ଆରମ୍ଭ କଲେ। ଏହା ସହିତ, ରାଜ କିଏ ତାହା ଜାଣିବା ପାଇଁ ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ରାଜ ଜଣେ ଜଣାଶୁଣା ନିର୍ଦ୍ଦେଶକ, ତାଙ୍କୁ OTTର ରାଜା କୁହାଯାଏ । କାରଣ ସେ ତିନୋଟି ବଡ଼ ହିଟ୍ ଧାରାବାହିକ ଦେଇଛନ୍ତି।
ହଁ, ରାଜ ପ୍ରଥମେ ମନୋଜ ବାଜପେୟୀଙ୍କୁ ନେଇ 'ଦ ଫ୍ୟାମିଲି ମ୍ୟାନ୍' ତିଆରି କରିଥିଲେ, ଯାହା ସୁପରହିଟ୍ ହୋଇଥିଲା। ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ବ୍ଲକବଷ୍ଟର ହୋଇଥିଲା। ଏଥିରେ ସାମନ୍ଥାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହିଠାରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସେହି ସମୟରେ, ରାଜ ବରୁଣ ଧୱନ ଏବଂ ସମନ୍ଥାଙ୍କୁ ନେଇ ସିଟାଡେଲ୍ ହନି ବନି ତିଆରି କରିଥିଲେ, ଯାହାକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ। ଧାରାବାହିକ ବ୍ୟତୀତ, ରାଜ ଚଳଚ୍ଚିତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି।












Click it and Unblock the Notifications