ପୁଣି ଅସୁସ୍ଥ ହେଲେ ସାମନ୍ଥା,ଡାକ୍ତରଖାନାରେ ହେଲେ ଭର୍ତ୍ତି!
ମୁମ୍ବାଇ: ଆଜିକାଲି ସାଉଥ ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ସାମନ୍ଥାଙ୍କ ଫିଲ୍ମ 'ଶକୁନ୍ତଲାମ'କୁ ଦେଖିବା ପରେ ଦକ୍ଷିଣର ଜଣେ ପ୍ରସିଦ୍ଧ ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ସର୍ବସାଧାରଣରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କର ପୂର୍ବ ଭଳି ଗ୍ଲାମର ନାହିଁ । ସାମନ୍ଥା ନିଜ ଷ୍ଟାରଡମ୍ ହରାଇଲେଣି । ଯାହାକୁ ନେଇ ବେଶ୍ ଚର୍ଚ୍ଚା, ସମାଲୋଚନା ମଧ୍ୟ ହୋଇଥିଲା ।
ଏହାରି ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ପୁଣି ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାମନ୍ଥା ଅକ୍ସିଜେନ୍ ମାସ୍କ ପିନ୍ଧା ନିଜର ଏକ ଫୋଟ ସେୟାର କରିଛନ୍ତି । ଏହା ସହ ସେ ହାଇପରବ୍ରିକ୍ ଥେରାପି ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି ।

ସୂଚନାଥାଉ ଯେ, କିଛି ଦିନ ପୂର୍ବରୁ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ 'ଶକୁନ୍ତଲାମ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ଯାହା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବା ପାଇଁ ପଡିଛି । ସାମନ୍ଥାଙ୍କ ଡାକ୍ତରଖାନାରୁ ଭାଇରାଲ ହେଉଥିବା ଏହି ଫଟୋ ଦେଖିବା ପରେ ପ୍ରଶଂସକ ପୁଣି ଚିନ୍ତାରେ ପଡିଯାଇଛନ୍ତି ସମସ୍ତେ ଏହା ପଛର କାରଣ ଜାଣିବା ପାଇଁ ଚାହୁଁଛନ୍ତି ।
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଡାକ୍ତରଖାନାରେ ଅଭିନେତ୍ରୀଙ୍କର ହାଇପରବ୍ରିକ୍ ଅକ୍ସିଜେନ୍ ଥେରାପି ଚାଲିଥିବା ବେଳେ ସେ ଏହି ଉଠାଇ ଇନଷ୍ଚାଗ୍ରାମରେ ସେୟାର କରି ନିଜ ପ୍ରଶଂସଙ୍କୁ ସୂଚନା ଦେଇଥିଲେ ।
ସୂଚନା ଅନୁସାରେ, ହାଇପରବ୍ରିକ୍ ଅକ୍ସିଜେନ ଥେରାପି ଅନେକ ଗମ୍ଭୀର ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହା କ୍ରୋନିକ୍ ରୋଗ, ନ୍ୟୁରୋ ସମସ୍ୟା, ଆସ୍ଥମା, ମସ୍ତିଷ୍କ ଟ୍ରୋମା ଆଘାତରୁ ମୁକ୍ତିପାଇବାରେ ସାହାଯ୍ୟ କରିଥାଏ । ଏହା ଶରୀରର ରକ୍ତ ପ୍ରଭାହ ଏକ ପ୍ରାକୃତିକ ଉପାୟରେ ବଢାଇଥାଏ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications