Get Updates
Get notified of breaking news, exclusive insights, and must-see stories!

ସାଉଥ୍ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁଙ୍କ ସ୍ୱାସ୍ଥ୍ୟରେ ଆସୁଛି ସୁଧାର

ସାଉଥ୍ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁଙ୍କ ସ୍ୱାସ୍ଥ୍ୟରେ ଆସୁଛି ସୁଧାର

ମୁମ୍ବାଇ: ସାଉଥ୍ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ । ଗତ କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି । ତାଙ୍କର ଅନେକ ଫିଲ୍ମର ଶୁଟିଂ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଛି । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଅପଡେଟ୍ ରହିଛି । ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଏବଂ ଖୁବ୍ ଶିଘ୍ର ପୁଣି ସେ କାମକୁ ଫେରିବେ ।

Samantha Ruth Prabhu

ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ । ଫଟୋ ସେୟାର କରି ସାମନ୍ଥା ଫ୍ୟାନ୍ସଙ୍କୁ ନିଜ ରୋଗ ବିଷୟରେ ସୂଚନା ଦେଇଥିଲେ । ନିଜ ପୋଷ୍ଟରେ ସେ ଲେଖିଥିଲେ' କିଛି ମାସ ପୂର୍ବରୁ ମୋର ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ କଣ୍ଡିସନ୍‌ ଡାଏଗ୍ନୋସ୍‌ ହୋଇଥିଲା, 'ମୁଁ ଭାବିଲି ଏହା ଶୀଘ୍ର ଭଲ ହେବାକୁ ଯାଉଛି ତେଣୁ ମୁଁ ସୁସ୍ଥ ହେବା ପରେ ହିଁ ସୂଚନା ଦେଇଥାନ୍ତି ହେଲେ ଲାଗୁଛି ଠିକ୍ ହେବା ପାଇଁ ଆହୁରି ସମୟ ଲାଗିଯିବ । ଡାକ୍ତରମାନଙ୍କ ବିଶ୍ୱାସ ଯେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ।'ସାମନ୍ଥାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ବହୁତ ସାହସ ଦେଇଥିଲେ । ତେବେ ଏହି ରୋଗରେ ରୋଗୀ ବହୁତ ଦୁର୍ବଳ ଅନୁଭବ କରିଥାଏ । ତାଙ୍କ ମାଂସପେଶୀରେ ସର୍ବଦା ଯନ୍ତ୍ରଣା ରହିଥାଏ । ସମୟ ସହିତ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥାଏ । ଏହି ରୋଗରେ ରୋଗୀ ବସିବା, ପାହାଚ ଚଢିବା, ଓଜନ ଉଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ କିଛି ନକରି ମଧ୍ୟ କ୍ଳାନ୍ତ ଅନୁଭବ କରିଥାଏ ।

ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ସମନ୍ଥା ଖୁବ୍ ଶୀଘ୍ର ବିଜୟ ଦେବରାକୋଣ୍ଡାଙ୍କ ସହ ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ଶୁଟିଂ ଆରମ୍ଭ କରିପାରନ୍ତି । ଫିଲ୍ମ 'Kushi'ର ଶୁଟିଂ ଡିସେମ୍ବର ୧୪ ରୁ ଆରମ୍ଭ ହୋଇପାରେ ଏବଂ ସମନ୍ଥା ଶୁଟିଂରେ ଯୋଗଦେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+