ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସାମନ୍ଥା, ସେୟାର କଲେ ଏପରି ଫଟୋ

ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସାମନ୍ଥା, ସେୟାର କଲେ ଏପରି ଫଟୋ

ମୁମ୍ବାଇ: ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥା'ନ୍ତି । ଫିଲ୍ମ 'ପୁଷ୍ପା ଦ ରାଇଜ୍'ରେ ସୁପରହିଟ୍ ଗୀତ' ଓ ଆଣ୍ଟାୱା 'ର ସଫଳାତା ସହ ସାମନ୍ଥାଙ୍କ ଫ୍ୟାନ୍ସ ଲିଷ୍ଟ ମଧ୍ୟ ଖୁବ ବଢିଯାଇଛି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅଭିନେତ୍ରୀଙ୍କ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରଖିଛନ୍ତି । ନିକଟରେ ସେ ନିଜେ ଏପରି ଏକ ଫଟୋ ସେୟାର କରିଛନ୍ତି, ଯାହା ଦେଖି ଏବେ ଚିନ୍ତାରେ ଫ୍ୟାନ୍ସ । ଗତ କିଛି ଦିନ ହେଲା ସେ ସୋସିଆଲ ମିଡିଆରେ ଖୁବ କମ୍ ଆକ୍ଟିଭ୍ ରହୁଛନ୍ତି ।

Samantha Ruth Prabhu

ନିକଟରେ ସାମନ୍ଥାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଅଛି ବୋଲି ଖବର ଆସିଥିଲା । ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । କିନ୍ତୁ ତାଙ୍କ ମ୍ୟାନେଜର ଏହି ସବୁ ଖବରକୁ ମିଛ ବା ଗୁଜବ ବୋଲି କହିଥିଲେ । ହେଲେ ବର୍ତ୍ତମାନ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏକ ବଡ ପୋଷ୍ଟ ସହ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି ସାସନ୍ଥା । ଏହି ସମୟରେ ନିଜ କଷ୍ଚ,ଖୁସି, ଓ ସଂଘର୍ଷ ବିଷୟରେ ଓ ଏପରି ସ୍ଥିତିରେ ସେ କିପରି ନିଜକୁ ନିୟନ୍ତ୍ରଣ କରୁଛନ୍ତି ତାହା ବିଷୟରେ ମଧ୍ୟ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ସେ ଏକ ଚେୟାରରେ ବସିଥିବାର ନଜର ଆସୁଛନ୍ତି ଏବଂ ତାଙ୍କ ପାଖରେ ଏକ ସାଲାଇନ୍ ବୋତଲ ରଖାଯାଇଛି । ଫଟୋ ସେୟାର କରି ସାମନ୍ଥା ଲେଖିଛନ୍ତି, 'ଯଶୋଦା ଟ୍ରେଲରକୁ ନେଇ ଯାହା ପ୍ରତିକ୍ରିୟା ମିଳିଛି ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ମୋ ପ୍ରତି ଆପଣଙ୍କ ଭଲ ପାଇବା ହିଁ ମୋତେ ତାରକା କରିଛି । କିଛି ମାସ ପୂର୍ବରୁ ମୋର ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ କଣ୍ଡିସନ୍‌ ଡାଏଗ୍ନୋସ୍‌ ହୋଇଥିଲା, 'ମୁଁ ଭାବିଲି ଏହା ଶୀଘ୍ର ଭଲ ହେବାକୁ ଯାଉଛି ତେଣୁ ମୁଁ ସୁସ୍ଥ ହେବା ପରେ ହିଁ ସୂଚନା ଦେଇଥାନ୍ତି ହେଲେ ଲାଗୁଛି ଠିକ୍ ହେବା ପାଇଁ ଆହୁରି ସମୟ ଲାଗିଯିବ । ଡାକ୍ତରମାନେ ବିଶ୍ୱାସ ଯେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ।'

ସାମନ୍ଥାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ବହୁତ ସାହସ ଦେଉଛନ୍ତି । କିଆରା ଆଡଭାନୀ, ଜାହ୍ନବୀ କପୁର, ହାନସିକା ମୋଟୱାନି, ସାନିଆ ମଲହୋତ୍ରା ପରି ଅଭିନେତ୍ରୀ ତାଙ୍କୁ ଭଲ ପାଇବା ଓ ଶକ୍ତି ଦେଉଛନ୍ତି । ଏପରିକି ପୂର୍ବତନ ସ୍ୱାମୀଙ୍କ ଭାଇ ଅଖିଲ ଆକ୍କିନେନି ମଧ୍ୟ ସାମନ୍ତଙ୍କୁ ଭଲ ପାଇବା ଓ ସାହସ ଦେଇଛନ୍ତି । ଏହି ଫଟୋରେ ସେ ଏକ ରେକର୍ଡିଂ ଷ୍ଟୁଡିଓରେ ବସିଥିବାର ନଜର ଆସୁଛନ୍ତି ଏବଂ ତାଙ୍କ ହାତରେ ସାଲାଇନ୍ ବଟଲ୍ ଲାଗିଥିବାର ଦେଖିବା ପାଇଁ ମିଳୁଛି । ତାଙ୍କର ଏହି ଫୋଟ ଖୁବ ଭାଇରାଲ ହେବାରେ ଲାଗିଛି ।

ସାମନ୍ଥାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଯଶୋଦା, ଶକୁନ୍ତଳାମ ଏବଂ ଖୁସୀ ଚଳଚ୍ଚିତ୍ରରେ ସେ ନଜର ଆସିବେ । ନିକଟରେ 'ଯଶୋଦା'ର ଟ୍ରେଲର ରିଲିଜ୍ ହୋଇଥିଲା ଯାହାକୁ ବେଶ୍ ଭଲପାଇବା ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+