ରିଲିଜ୍ ହୋଇଯାଇଛି ଫିଲ୍ମ ଶକୁନ୍ତଲମ୍'ର ଟ୍ରେଲର, ଭାବୁକ ହୋଇ ପଡିଲେ ଅଭିନେତ୍ରୀ ସାମନ୍ଥା
ରିଲିଜ୍ ହୋଇଯାଇଛି ଫିଲ୍ମ ଶକୁନ୍ତଲମ୍'ର ଟ୍ରେଲର, ଭାବୁକ ହୋଇ ପଡିଲେ ଅଭିନେତ୍ରୀ ସାମନ୍ଥା
ହାଇଦ୍ରାବାଦ: ରିଲିଜ୍ ହୋଇଯାଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଶକୁନ୍ତଲମ୍' । ଏହି ସମୟରେ ବହୁ ଦିନ ପରେ ନଜର ଆସିଥିଲେ ସାମନ୍ଥା । ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଶକୁନ୍ତଲମ୍' ଟ୍ରେଲର ଲଞ୍ଚ୍ ସମୟରେ ଭାବପ୍ରବଣ ହୋଇପଡିଥିବାର ଦେଖିବା ପାଇଁ ମିଳିଥିଲା । ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

'ଯଶୋଦା' ପରେ ପ୍ରଶଂସକମାନେ ସାମନ୍ଥା ରୁଥ ପ୍ରଭୁଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଶକୁନ୍ତଲମ୍' କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ରାଜକୁମାରୀ ଭୂମିକାରେ ନଜର ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର ଯେଉଁଥିରେ ଦେବ ମୋହନ ସାମନ୍ଥାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଶକୁନ୍ତଲମ୍' ର ଟ୍ରେଲର ରିଲିଜ୍ ହୋଇସାରିଛି ଯାହାକୁ ଦର୍ଶକଙ୍କ ବେଶ୍ ଭଲ ପାଇବା ମଧ୍ୟ ମିଳିଛି । ସୋସିଆଲ ମିଡିଆରେ ଟ୍ରେଲରକୁ ନେଇ ଦର୍ଶକର ଧେର୍ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।
ସାମନ୍ଥା ରୁଥଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରମୋସନ ଆରମ୍ଭ ହୋଇଯାଇଛି । ତେଲୁଗୁ ବ୍ୟତୀତ ତାମିଲ, କନ୍ନଡ, ମାଲାୟାଲମ, ହିନ୍ଦୀରେ ଭାଷାରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ। ଏହି ଫିଲ୍ମ 3Dରେ ମଧ୍ୟ ଉପଲବ୍ଧ ହେବ । 'ଶକୁନ୍ତଲମ୍' ପୂର୍ବରୁ ନଭେମ୍ବର ୨୦୨୨ ରେ ରିଲିଜ୍ ହେବାର ଥିଲା ହେଲେ ନିର୍ମାତା ଏହାକୁ ସ୍ଥଗିତ ରଖିଥିଲେ, ବର୍ତ୍ତମାନ ଏହି ଫିଲ୍ମ ଫେବୃଆରୀ ୧୭ରେ ରିଲିଜ ହେବ । ତେବେ ଏହି ଫିଲ୍ମ ଜରିଆରେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରହା ମଧ୍ୟ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।












Click it and Unblock the Notifications