Get Updates
Get notified of breaking news, exclusive insights, and must-see stories!

ସାଉଥ୍ କୋରିଆରେ ହେବ ଅଭିନେତ୍ରୀ ସମନ୍ଥାଙ୍କ ଚିକିତ୍ସା, ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି

ଦକ୍ଷିଣ କୋରିଆ ହେବ ଅଭିନେତ୍ରୀ ସମନ୍ଥାଙ୍କ ଚିକିତ୍ସା, ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି

ମୁମ୍ବାଇ: ସମନ୍ଥା ରୁଥ୍ ପ୍ରଭୁ କିଛି ଦିନ ପୂର୍ବରୁ ପ୍ରଶଂସକମାନଙ୍କୁ ଜଣାଇଥିଲେ ଯେ ସେ 'Myositis' ନାମକ ଏକ ଗୁରୁତର ରୋଗରେ ପୀଡିତ ଅଛନ୍ତି । ଏହି ରୋଗର ଚିକିତ୍ସା ଚାଲିଥିବା ବେଳେ ସେ କିପରି ଅନୁଭବ କରୁଛନ୍ତି ସେ ବିଷୟରେ ଏକ ସାକ୍ଷାତକାରରେ ଖୋଲିକି ଆଲୋଚନା କରିଥିଲେ ଅଭିନେତ୍ରୀ । ସାଉଥ୍ ସୁନ୍ଦରୀଙ୍କ ଚିକିତ୍ସାକୁ ନେଇ ଏକ ଅପଟେଡ୍ ଆସିଛି । କୁହାଯାଉଛି ଯେ ଅଭିନେତ୍ରୀ 'Myositis'ର ଉନ୍ନତ ଚିକିତ୍ସା ପାଇଁ ଦକ୍ଷିଣ କୋରିଆ ଯାଇପାରନ୍ତି ।

Samantha Ruth Prabhu

ଚିକିତ୍ସା ପାଇଁ ସମନ୍ଥା ଦକ୍ଷିଣ କୋରିଆ ଯାଉଛନ୍ତି କି?
ଅକ୍ଟୋବର ମାସରେ ଅଭିନେତ୍ରୀ ନିଜ ଅସୁସ୍ଥତା ବିଷୟରେ ସୂଚନା ଦେଇଥିଲେ । ସମନ୍ଥା ରୁଥ୍ ପ୍ରଭୁ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ ଯେ ସେ ଏକ ଗମ୍ବିର ରୋଗରେ ପୀଡିତ । ଚିକିତ୍ସା ଚାଲିଛି । ହେଲେ ସୁସ୍ଥ ହେବା ପାଇଁ ସମୟ ଲାଗିବ । ନିକଟରେ ସୂଚନା ରହିଥିଲା ​​ଯେ ସେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ ଚିକିତ୍ସା ନେଉଛନ୍ତି ବୋଲି । ରିପୋର୍ଟ ଅନୁସାରେ ଚିକିତ୍ସା ପାଇଁ ଦକ୍ଷିଣ କୋରିଆକୁ ଯାଇପାରନ୍ତି ଅଭିନେତ୍ରୀ । ଉନ୍ନତ ଚିକିତ୍ସା ପାଇଁ ସେଠାରେ କିଛି ମାସ ରହିବେ ସମନ୍ଥା ।

ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଏକ ଚେୟାରରେ ବସିଥିବାର ନଜର ଆସୁଛନ୍ତି ଏବଂ ତାଙ୍କ ପାଖରେ ଏକ ସାଲାଇନ୍ ବୋତଲ ରଖାଯାଇଛି । ଫଟୋ ସେୟାର କରି ସାମନ୍ଥା ଲେଖିଛନ୍ତି, 'ଯଶୋଦା ଟ୍ରେଲରକୁ ନେଇ ଯାହା ପ୍ରତିକ୍ରିୟା ମିଳିଛି ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ମୋ ପ୍ରତି ଆପଣଙ୍କ ଭଲ ପାଇବା ହିଁ ମୋତେ ତାରକା କରିଛି । କିଛି ମାସ ପୂର୍ବରୁ ମୋର ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ କଣ୍ଡିସନ୍‌ ଡାଏଗ୍ନୋସ୍‌ ହୋଇଥିଲା, 'ମୁଁ ଭାବିଲି ଏହା ଶୀଘ୍ର ଭଲ ହେବାକୁ ଯାଉଛି ତେଣୁ ମୁଁ ସୁସ୍ଥ ହେବା ପରେ ହିଁ ସୂଚନା ଦେଇଥାନ୍ତି ହେଲେ ଲାଗୁଛି ଠିକ୍ ହେବା ପାଇଁ ଆହୁରି ସମୟ ଲାଗିଯିବ । ଡାକ୍ତରମାନେ ବିଶ୍ୱାସ ଯେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ।'ସାମନ୍ଥାଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ବହୁତ ସାହସ ଦେଇଥିଲେ ।

ତେବେ ଏହି ରୋଗରେ ରୋଗୀ ବହୁତ ଦୁର୍ବଳ ଅନୁଭବ କରିଥାଏ । ତାଙ୍କ ମାଂସପେଶୀରେ ସର୍ବଦା ଯନ୍ତ୍ରଣା ରହିଥାଏ । ସମୟ ସହିତ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥାଏ । ଏହି ରୋଗରେ ରୋଗୀ ବସିବା, ପାହାଚ ଚଢିବା, ଓଜନ ଉଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ କିଛି ନକରି ମଧ୍ୟ କ୍ଳାନ୍ତ ଅନୁଭବ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+