ସିନେମା ଛାଡି ରାଜନୀତିରେ ପାଦ ଦେବେ ସାଉଥ୍ ସୁନ୍ଦରୀ ସମନ୍ଥା !
ମୁମ୍ବାଇ: ନିକଟରେ ସମନ୍ଥା ରୁଥ ପ୍ରଭୁ- ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ 'କୁଶି' ରିଲିଜ୍ ହୋଇଯାଇଛି । ଏହି ଯୋଡି ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମକୁ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ମିଳୁଛି । ହେଲେ ବର୍ତ୍ତମାନ ଖବର ଏହା ରହିଛି ଯେ, ସମନ୍ଥା ରାଜନୀତିରେ ପ୍ରବେଶ କରି ପାରନ୍ତି ।
ଖବର ଅନୁଯାୟୀ, ଅଭିନେତ୍ରୀ ସର୍ବଦା ତେଲେଙ୍ଗାନାର ବିଆରଏସ୍ ନାମକ ରାଜନୈତୀକ ଦଳକୁ ସପୋର୍ଟ କରନ୍ତି । ତେବେ ସେ ଏହି ଦଳରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆସ୍ ଘୋଷଣା କରାଯାଇ ନାହିଁ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ହସ୍ତତନ୍ତ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକର ବ୍ରାଣ୍ତ ଆମ୍ବାସାଡର ଭାବେ କାର୍ଯ୍ୟ କରିବା ପରେ ସେ ତେଲେଙ୍ଗାନା ସରକାର ସହ ଜଡିତ ଅଛନ୍ତି ।

ଇଟାଇମ୍ସ ରିପୋର୍ଟ ଅନୁସାରେ, ସାମନ୍ଥା ରୁଥ୍ ପ୍ରଭୁ ରାଜନୈତିକ ଦଳ ବିଆରଏସ୍ ଯୋଗ ଦେଇପାରନ୍ତି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ ନିଜେ ଏନେଇ କୌଣସି ସୂଚନା ଦେଇ ନାହାନ୍ତି । ବର୍ତ୍ତମାନ ଅପେକ୍ଷା ଏହି ଖବର ଉପରେ ଅଭିନେତ୍ରୀ କିପରି ପ୍ରତିକ୍ରିୟା ଦେଉଛନ୍ତି ।
'ଫ୍ୟାମିଲି ମ୍ୟାନ୍' ଅଭିନେତ୍ରୀ ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ସେ ବର୍ତ୍ତମାନ କାମରୁ ବିରତି ନେଇଛନ୍ତି । ନିକଟରେ ସେ ଲାଇମଲାଇଟରେ ଥିଲେ । ଖବର ଥିଲା ଯେ ସମନ୍ଥାଙ୍କୁ ତାଙ୍କ ମ୍ୟାନେଜର ୧ କୋଟି ଟଙ୍କା ଠକିଥିଲେ ।
ସମନ୍ଥା ରୁଥ ପ୍ରଭୁଙ୍କ ୱାର୍କ ଫ୍ରଣ୍ଟ୍
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସମନ୍ଥା ବର୍ତ୍ତମାନ ରାଜ ଏବଂ ଡି.କେ.ର 'ସିଟାଡେଲ ଇଣ୍ଡିଆ'ରେ ବରୁଣ ଧୱନଙ୍କ ନଜର ଆସିବେ । ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ କୁଶିର ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମରେ ବିଜୟ ଦେବରାକୋଣ୍ତା ଏବଂ ସମନ୍ଥାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଇମପ୍ରେସ୍ କରିଛି ।












Click it and Unblock the Notifications