'ଯଶୋଦା' ସାଜି ଦେଖାଇବେ ଜଲୱା ,ସମନ୍ଥାଙ୍କ ପ୍ୟାନ୍ସଙ୍କ ପାଇଁ ଖୁସି ଖବର

Samantha Ruth Prabhu Ready To Sizzle On The Big Screen In 'Yashoda' ସମନ୍ଥା ଆଜିକାଲି ନିଜ ଆସନ୍ତା ଫିଲ୍ମ 'Yashoda'ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ୧୨ ଅଗଷ୍ଟରେ ସିନେମା ଘରେ ମୁକ୍ତିଲାଭ କରିବ

ମୁମ୍ବାଇ: ସାଉଥ୍ ଚଳଚ୍ଚିତ୍ର ସହିତ ସାଉଥ୍ ଷ୍ଟାର୍ସଙ୍କୁ ନେଇ ମଧ୍ୟ ଏବେ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳିଛି । ତେବେ ଚଳଚ୍ଚିତ୍ର 'ପୁଷ୍ପା'ର 'Oo Antava'ଗୀତ ଜରିଆରେ ସମନ୍ଥା ରୁଥ ପ୍ରଭୁଙ୍କ ଡ୍ୟାନ୍ସ ତାଙ୍କ ଜଲୱା ଦର୍ଶକଙ୍କୁ ମତୁଆଲା କରିଥିଲା ।ଯାହା ପରେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫଲୋର୍ସ ବଢିଯାଇଥିଲେ । ଏବେ ପୁଣି ଥରେ ଦର୍ଶକଙ୍କୁ ନିଜ ଅଦାରେ ନଚେଇବା ପାଇଁ ବଡପରଦାକୁ ଫେରୁଛନ୍ତି ଅଭିନେତ୍ରୀ ସମନ୍ଥା ।

SAMANTHA

ସମନ୍ଥା ଆଜିକାଲି ନିଜ ଆସନ୍ତା ଫିଲ୍ମ 'Yashoda'ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ୧୨ ଅଗଷ୍ଟରେ ସିନେମା ଘରେ ମୁକ୍ତିଲାଭ କରିବ । ଏଥିରେ Varalaxmi Sarathkumarମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଏକ ବିଜ୍ଞାନ-କାଳ୍ପନିକ ଥ୍ରୀଲର ଚଳଚ୍ଚିତ୍ର ।ଏଥିରେ ପୁଣି ସମନ୍ଥା ହଟ୍ ଅନ୍ଦାଜରେ ନଜର ଆସିବେ ।

SAMANTHA 2

ସୂଚନା ଅନୁସାରେ 'Yashoda'ଫିଲ୍ମରେ ସନ୍ଥାଙ୍କୁ ଏକ ଆଇଟମ୍ ଗୀତରେ ଦେଖିବା ପାଇଁ ମିଳିବ ।ଯାହାର ସୁଟିଂ ଏବେ ଚାଲିଛି । ସୂତ୍ରରୁ ପ୍ରକାଶ ଯେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ ସେଟ୍ ପ୍ରସ୍ତୁତ କରି ଚଳଚ୍ଚିତ୍ର ନିର୍ମାତାମାନେ ଏହି ଗୀତର ସୁଟିଂ କରୁଛନ୍ତି।ଏହି ଗୀତକୁ ହିଟ୍ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଏବେ ଚାଲିଛି । ମେକର୍ସ ଖୁବ ଶିଘ୍ର ଏହି ଗୀତର ଘୋଷଣା କରିବେ ।

ଫିଲ୍ମ ୟଶୋଧାରେ ମାଲାୟାଲମ୍ ଅଭିନେତା ଉନି ମୁକୁନ୍ଦନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।ଏହି ଚଳଚ୍ଚିତ୍ରଟି ଶ୍ରୀଦେବୀ ଚଳଚ୍ଚିତ୍ର ବ୍ୟାନର ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି ଚଳଚ୍ଚିତ୍ରରେ ରାଓ ରମେଶ, ମୁର୍ଲି ଶର୍ମା,ସମ୍ପଦ ରାଜ, ଶାତ୍ରୁ, ମଧୁରିମା, କଲପିକା ଗଣେଶ, ଦିବ୍ୟା ଶ୍ରୀପଦା ଏବଂ ପ୍ରିୟଙ୍କା ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର
ଆସିବେ। ଏହା ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବା ସହିତ ଏଥିସହ ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡରେ ଭାଷାରେ ମଧ୍ୟ ଏହି ସିନେମା ଦେଖିପାରିବେ ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+