ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ପିତାଙ୍କ ଦେହାନ୍ତ

Samantha Ruth Prabhu Father Passed Away: ସାଉଥ ସିନେମାରୁ ଏକ ବଡ଼ ଦୁଃଖଦ ଖବର ରହିଛି । ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ପିତା ଜୋସେଫ ରୁଥଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତ୍ରୀ ସମନ୍ଥା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

ସମନ୍ଥା ରୁଥ ପ୍ରଭୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି,' Until we meet again dad'ଏଥି ସହ ଅଭିନେତ୍ରୀ ଏକ ଭାଙ୍ଗି ଯାଇଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ପୋଷ୍ଟରେ ତାଙ୍କୁ ଲୋକେ ସାନ୍ତ୍ୱନା ଦେବା ଆରମ୍ଭ କରିଛନ୍ତି ।

Samantha Ruth Prabhu

କିଛି ସମୟ ପୂର୍ବରୁ ସମନ୍ଥା ରୁଥ ପ୍ରଭୁ ଏକ ଗଣମାଧ୍ୟମ ସହ କଥା ହୋଇଥିଲେ ସେ କହିଥିଲେ, 'ମୋ ବାପା ଅନ୍ୟମାନଙ୍କ ପରି ଥିଲେ। ସେ ଭାବନ୍ତି ସେ ମୋତେ ସୁରକ୍ଷା ଦେଉଛନ୍ତି। ତାଙ୍କ ପାଇଁ ମୁଁ ଅଧିକ ସ୍ମାର୍ଟ ନୁହେଁ ।


ସୂଚନା ଅନୁସାରେ, ଅଭିନେତ୍ରୀ 2021 ମସିହାରେ ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କଠାରୁ ଅଲଗା ହୋଇଥିଲେ । ଏହା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଥିଲା । ସମନ୍ଥାଙ୍କ ଜୀବନରେ ଦୁଃଖ ତାଙ୍କ ପିତାଙ୍କ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+