ସାଉଥ୍ ସୁନ୍ଦରୀଙ୍କ ପାଇଁ ମନ୍ଦିର, କେକ୍ କାଟି କଲେ ସେଲିବ୍ରେସନ୍
ହାଇଦ୍ରାବାଦ:ସୋସିଆଲ ମିଡିଆରେ ସାଉଥ୍ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ୨୮ ଏପ୍ରିଲରେ ଅଭିନେତ୍ରୀ ନିଜର ୩୬ତମ ଜନ୍ମଦିନ ପାଳନ କରିଛନ୍ତି । ନିକଟରେ ସମନ୍ଥାକୁ ନେଇ ଦକ୍ଷିଣ ଚଳଚ୍ଚିତ୍ରର ନିର୍ମାତା ଅନେକ କଥା କହିଥିଲେ ।
ହେଲେ ବର୍ତ୍ତମାନ ଅଭିନେତ୍ରୀଙ୍କର ଜଣେ ପ୍ରଶଂସକଙ୍କର ତାଙ୍କ ପ୍ରତି ଭଲ ପାଇବାର ଝଲକ ଦେଖିବା ପାଇଁ ମିଳିଛି । ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଜଣେ ଫ୍ୟାନ୍ସ ଏକ ମନ୍ଦିର ନିର୍ମାଣ କରିଛନ୍ତି । ସମନ୍ଥା ରୁଥ ପ୍ରଭୁଙ୍କ ନାମରେ ନିର୍ମିତ ଏହି ମନ୍ଦିର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ସମନ୍ଥା ରୁଥ ପ୍ରଭୁଙ୍କର ଜଣେ ବିରାଟ ପ୍ରଶଂସକ ତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ଏହି ବ୍ୟକ୍ତି ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ଆଲାପଡୁ ଗାଁର ବାସିନ୍ଦା । ଅଭିନେତ୍ରୀଙ୍କର ଏହି ପ୍ରଶଂସକଙ୍କ ନାମ ହେଉଛି ତେନାଲି ସନ୍ଦୀପ । ମନ୍ଦିର ନିର୍ମାଣ ପରେ ଏହି ପ୍ରଶଂସକ ଏପ୍ରିଲ ୨୮ ରେ ସାମନ୍ଥାଙ୍କ ଜନ୍ମଦିନରେ ଏଥିରେ ରଖାଯାଇଥିବା ପ୍ରତିମାକୁ ଉନ୍ମୋଚନ କରିବା ସହ କେକ୍ କାଟି ସେଲିବ୍ରେସନ୍ କରିଥିଲେ ।
ANI ସୂଚନା ଅନୁସାରେ, ନିକଟସ୍ଥ ଗାଁର ଲୋକମାନେ ମଧ୍ୟ ତେନାଲି ସନ୍ଦୀପଙ୍କ ଘରେ ପହଁଞ୍ଚି ମନ୍ଦିରରେ ସ୍ଥାପିତ ସମନ୍ଥାଙ୍କ ପ୍ରତିମୂର୍ତ୍ତି ଦେଖିବା ସହ ଅଭିନେତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ସୂଚନା ଅନୁସାରେ, ସନ୍ଦିପ ଦୀର୍ଘଦିନ ହେବ ନିଜ ପ୍ରିୟ ଅଭିନେତ୍ରୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଚିନ୍ତା କରୁଥିଲେ । ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଛି ।
ସମନ୍ଥାଙ୍କ ଜନ୍ମ ଦିନରେ ସନ୍ଦୀପ ଗରିବ ଲୋକଙ୍କୁ ଖାଦ୍ୟ ମଧ୍ୟ ବାଣ୍ଟିଥିଲେ । ଅଭିନେତ୍ରୀଙ୍କର ଏହି ବଡ଼ ଫ୍ୟାନ୍ ଦିନେ ତାଙ୍କୁ ଭେଟିବା ପାଇଁ ଚାହିୁଁଛନ୍ତି ବୋଲି କହିଛନ୍ତି । ସମନ୍ଥା ରୁଥ ପ୍ରଭୁ ମାୟୋସିଟିସ୍ ନାମକ ଏକ ଅଟୋ ପ୍ରତିରକ୍ଷା ରୋଗରେ ପୀଡିତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ନିଜ କାମରୁ ବିରତି ନେଇ ଏହି ରୋଗର ଚିକିତ୍ସା ପାଇଁ ଦକ୍ଷିଣ କୋରିଆ ଯାଇଥିଲେ । ବର୍ତ୍ତମାନ ସେ ଭାରତ ଫେରିଛନ୍ତି ଏବଂ କାର୍ଯ୍ୟ ଆରମ୍ଭ କରିଛନ୍ତି ।












Click it and Unblock the Notifications