ରୋମାଣ୍ଟିକ୍ ଅନ୍ଦାଜରେ ସମନ୍ଥା-ବିଜୟ, ବେଡରୁମ୍ ଭିଡିଓ ହେଲା ଭାଇରାଲ
Samantha Ruth Prabhu And Vijay Devarakonda Viral Video: ସମନ୍ଥା ରୁଥ୍ ପ୍ରଭୁ ଏବଂ ବିଜୟ ଦେବରାକୋଣ୍ଡାଙ୍କ ରୋମାଣ୍ଟିକ ଫିଲ୍ମ 'କୁସି' ସେପ୍ଟେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ବଡ଼ ପରଦାରେ ଏହି ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିଲେ ଫ୍ୟାନ୍ସ । ଫିଲ୍ମଟି ପ୍ରଶଂସକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ସାଉଁଟୁଛି । ହେଲେ ବର୍ତ୍ତମାନ ସୋସିଆଲ ମିଡିଆର ପାରା ହାଇ କରୁଛି ଫିଲ୍ମର ଏକ ରୋମାଣ୍ଟିକ ଦୃଶ୍ୟ ।

ଭିଡିଓରେ ବିଜୟ ଏବଂ ସମନ୍ଥାଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଏବଂ ସୁପରହିଟ୍ କେମେଷ୍ଟ୍ରି ଦେଖିବା ପାଇଁ ମିଳୁଛି । ପ୍ରଶଂସକମାନଙ୍କୁ ମଧ୍ୟ ଏହି ଦୁଇ ଷ୍ଟାରଙ୍କ ରୋମାନ୍ସ ଖୁବ ପସନ୍ଦ ଆସୁଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ବଜୟ-ସମନ୍ଥାଙ୍କର ଏହା ପ୍ରଥମ ଫିଲ୍ମ । ସିମେପ୍ରେମୀ ପ୍ରଥମ ଥର ବଡ଼ ପରଦାରେ ଏହି ଦୁଇ ଷ୍ଟାରଙ୍କ ଏପରି ରୋମାନ୍ସ କରୁଥିବାର ଦେଖିବା ପାଇଁ ମିଳିଛି । ଯାହା ସେମାନଙ୍କୁ ବେଶ୍ ପ୍ରଭାବିତ ମଧ୍ୟ କରିଛି ।
Arjun Reddy is back🔥🔥
Entha cute ga unaro eddaru❤️🥹🥹🥹🥹🥹
VDK HIT KOTTESADU❤️😭
Watch at your nearest theatres ❤️
-ve reviews raste guddamida thantha na kodakallara#Kushi #KushiOnSep1st #Kushireview #KushiBookings #BlockbusterKushi pic.twitter.com/YGUUi1fd7X
— jr.Rusthum (@Rusthum45) September 1, 2023
ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ଅନସ୍କ୍ରିନ ଦମ୍ପତିଙ୍କ ପ୍ରଶଂସା କରୁଛନ୍ତି । ଟ୍ୱିଟରରେ ଏହି କ୍ଲିକ୍ ସେୟାର କରିବାବେଳେ ଜଣେ ଉପଭୋକ୍ତା କ୍ୟାପସନରେ ଲେଖିଛନ୍ତି, 'ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି ।' ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କୁଶି ପୂର୍ବରୁ ମଧ୍ୟ ଦୁହେଁ ଏକାଠି କାମ କରିସାରିଛନ୍ତି । ରିଲିଜ୍ ହେବାର ପ୍ରଥମ ଦିନରେ ପ୍ରଶଂସକମାନେ ଏହି ଯୋଡିଙ୍କୁ ହିଟ୍ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।
ଫିଲ୍ମଟି ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି
କୁଶି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ରୋମାଣ୍ଟିକ ଫିଲ୍ମ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଉଭୟଙ୍କ ପ୍ରେମ କାହାଣୀ ସହିତ ଦର୍ଶକମାନେ ଫିଲ୍ମର ସମସ୍ତ ଗୀତକୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । 30 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ତାମିଲ ଭାଷାରେ ନିର୍ମିତ ହୋଇଛି ଯାହାକୁ ଅନ୍ୟ ଭାଷାରେ ଡବ୍ କରି ସିନେମା ହଲରେ ରିଲିଜ୍ କରାଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications