ଛାଡ଼ପତ୍ର ପରେ ପୁଣି ଥରେ ବିବାହ କଲେ ସମାନ୍ଥା
ଛାଡ଼ପତ୍ର ପରେ ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ସହିତ ବିଚ୍ଛେଦ ହେବା ପରେ ସେ ନିର୍ଦେଶକ ରାଜ ନିଡିମୋରୁଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହର ପଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ସମାନ୍ଥାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି।
ସୋମବାର ସକାଳେ ସମାନ୍ଥା ଏବଂ ରାଜ କୋଏମ୍ବାଟୁରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଥିରେ ଉଭୟ ପରିବାର ଏବଂ ସେମାନଙ୍କର କିଛି ହାତଗଣତି ବନ୍ଧୁ ସାମିଲ ହୋଇଥିଲେ। ବିବାହ ପରେ ସମାନ୍ଥା ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ନିଜ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ। ଗୋଟିଏ ଫଟୋରେ ରାଜ ସମାନ୍ଥାଙ୍କୁ ମୁଦି ପିନ୍ଧାଉଥିବାବେଳେ ଅନ୍ୟ ଫଟୋରେ ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସେ ରାଜଙ୍କ ହାତ ଧରିଥିବା ଦେଖାଯାଇଛି।













Click it and Unblock the Notifications