Get Updates
Get notified of breaking news, exclusive insights, and must-see stories!

ଇନଷ୍ଟାଗ୍ରାମରୁ ନାଗାଙ୍କ ସବୁ ଫଟୋ ଡିଲିଟ କଲେ ସମନ୍ଥା

ଫଟୋ ସବୁକୁ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଦୀର୍ଘ ଘଣ୍ଟାର ପରିଶ୍ରମ କରି ଡିଲିଟ କରିଦେଇଛନ୍ତି ସମନ୍ଥା । ସେ ନାଗା ସହିତ ତାଙ୍କ ବିବାହ ଫଟୋ ଓ ତାଙ୍କର ସମସ୍ତ ରୋମାଣ୍ଟିକ୍ ଫଟୋ ଡିଲିଟ୍ କରିଛନ୍ତି ।

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ପ୍ରଶଂସକମାନେ ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ କପଲ ଫଟୋ ଦେଖି ଖୁସି ହେଉଥିଲେ । ଲକ୍ଷ ଲକ୍ଷ ଲାଇକ୍ ଓ କମେଣ୍ଟ କରୁଥିଲେ । ଫଟୋ ଭାଇରାଲ କରୁଥିଲେ । ମାତ୍ର ଏହି ଫଟୋ ସବୁକୁ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଦୀର୍ଘ ଘଣ୍ଟାର ପରିଶ୍ରମ କରି ଡିଲିଟ କରିଦେଇଛନ୍ତି ସମନ୍ଥା । ସେ ନାଗା ସହିତ ତାଙ୍କ ବିବାହ ଫଟୋ ଓ ତାଙ୍କର ସମସ୍ତ ରୋମାଣ୍ଟିକ୍ ଫଟୋ ଡିଲିଟ୍ କରିଛନ୍ତି । ବର୍ତ୍ତମାନ, ନାଗାଙ୍କ ସହ ସମନ୍ଥାଙ୍କର ମାତ୍ର 3ଟି ଫଟୋ ରହିଛି ତାଙ୍କ ଇନଷ୍ଟା ଆକାଉଣ୍ଟରେ ।

Samantha

ସାଉଥ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଦମ୍ପତି ନାଗା ଚୈତନ୍ୟ ଓ ସମନ୍ଥା ପରସ୍ପର ଠାରୁ ଦୀର୍ଘ ୩ ସପ୍ତାହ ହେଲାଣି ଅଲଗା ହୋଇ ଯାଇଛନ୍ତି। କିଛି ମାସ ତଳେ ସମନ୍ଥା ନିଜ ଇନଷ୍ଟାଗ୍ରାମରୁ ଅକ୍କିନେନି ସରନେମକୁ ହଟାଇ ଦେଇଥିଲେ। ସେବେଠାରୁ ହିଁ ନାଗା ଓ ସମନ୍ଥା ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସତକୁ ସତ ୩ ସପ୍ତାହ ତଳେ ଉଭୟ ସୋଶାଲ ମିଡିଆରେ ପରସ୍ପରକୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ।

ଅଲଗା ହେବା ପୋଷ୍ଟରେ କଣ ଲେଖିଥିଲେ

ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ଆମେ ଆମ ପ୍ରଶଂସକଙ୍କମାନଙ୍କୁ କହିବାକୁ ଚାହୁଁଛୁ ଯେ, ବହୁ ଚିନ୍ତା ପରେ ମୁଁ ଏବଂ ନାଗା ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ସୌଭାଗ୍ୟବାନ୍ ଯେ ଆମର ବର୍ଷ ବର୍ଷ ବନ୍ଧୁତା ଆଜି ବି ଜାରି ରହିଛି ଏବଂ ଆମ ମଧ୍ୟରେ ଏହି ବିଶେଷ ବନ୍ଧନ ସର୍ବଦା ଏହିପରି ରହିବ । ଏହି କଠିନ ସମୟରେ ଆମର ଗୋପନୀୟତାର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ଆମେ ଆମର ପ୍ରଶଂସକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ ଅନୁରୋଧ କରୁଛୁ । ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ ।

ଉଭୟଙ୍କର ବୃତ୍ତିଗତ ଜୀବନ

ସମନ୍ଥା ଖୁବଶୀଘ୍ର ଫିଲ୍ମ କାଥୁ ଭାକୁଲନ୍ ରେଡୁ କାଦଲ ଏବଂ ଶକୁନ୍ତଲମରେ ନଜର ଆସିବେ । ଏଥି ସହିତ ନାଗା ଖୁବଶୀଘ୍ର ଆମୀର ଖାନଙ୍କ ସହ ଫିଲ୍ମ ଲାଲ ସିଂ ଚୌଧୁରରେ ନଜର ଆସିବେ। ସୁଟିଂ ବେଳେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+