ମନ ଜିଣୁଛି ଭିକି କୌଶଲଙ୍କ ଅଭିନୟ, ପ୍ରଥମ ଦିନରେ 'ସାମ୍ ବାହାଦୂର'କଲା ଜବରଦସ୍ତ ଆୟ

Sam Bahadur Box Office Collevtion Day 1: ବିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର 'ସାମ୍ ବାହାଦୂର' 2023 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ର ଆଜି ଅର୍ଥାତ୍ ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ହେଲେ ଆଜି ସିନେମା ଜଗତ ପାଇଁ ନିଶ୍ଚୟ ଏକ ବଡ଼ ଦିନ୍ କାରଣ ଆଜି ଭିକି କୌଶଲ ଏବଂ ରଣବୀର କପୁରଙ୍କ ଫିଲ୍ମ ଆଜି ଏକାଠି ରିଲିଜ୍ ହୋଇଛି । ବର୍ତ୍ତମାନ ବକ୍ସଅଫିସର୍ 'ସାମ୍ ବାହାଦୂର' ଏବଂ ଆନିମଲ ପରସ୍ପରକୁ ଦେଉଛି କଡା ଟକ୍କର ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'ର କୌଣସି ପ୍ରଭାବ 'ସାମ ବାହାଦୂର' ଉପରେ ପଡିନାହିଁ । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ର ବିକି କୌଶଲଙ୍କ କ୍ୟାରିୟରର ତୃତୀୟ ସର୍ବାଧିକ ଓପନର୍ ବୋଲି କୁହାଯାଉଛି । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି ରିଲିଜର ପ୍ରଥମ ଦିନରେ କେତେ ଆୟ କରିଛି ।

Vicky Kaushal

'ସାମ ବାହାଦୂର' ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ sam manekshawଙ୍କ ର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକମାନେ 'ସାମ ବାହାଦୂର' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ୍ ହୋଯାଇଛି ଏବଂ ଦର୍ଶକଙ୍କୁ ଇମପ୍ରେସ କରିବାର କୌଣସି ମୌକା ହାତଛଡା କରି ନାହିଁ । ଦର୍ଶକ ଫିଲ୍ମ ଏବଂ ବିକି କୌଶଲଙ୍କ ଅଭିନୟକୁ ପ୍ରଶଂସା

ସାକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ 'ସାମ୍ ବାହାଦୂର' ରିଲିଜ୍ ହେବାର ପ୍ରଥମ ଦିନରେ 6 କୋଟି ଟଙ୍କାର ବ୍ୟବସାୟ କରିଛି । ଯଦିଓ ଏହା ପ୍ରାଥମିକ ଆକଳନ ହେଲେ ଅଫିସିଆଲ ସଂଖ୍ୟା ଆସିବା ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

'ସାମ ବାହାଦୂର' ବିକି କୌଶଲଙ୍କ କ୍ୟାରିୟରର ତୃତୀୟ ସର୍ବୋଚ୍ଚ ଓପନର୍ ଫିଲ୍ମ ବୋଲି କୁହାଯାଉଛି । 'ସାମ୍ ବାହାଦୂର' ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ସାଉଁଟୁଛି । ଅଭିନେତାଙ୍କର ଏହି ଚଳଚ୍ଚିତ୍ର 6 କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ନେଇ ସୂଚନା ରହିଛି । ଏହାପୂର୍ବରୁ ଅଭିନେତାଙ୍କ ଚଳଚ୍ଚିତ୍ର 'ଉରି' ଏବଂ 'ରାଜି' ପ୍ରଥମ ଦିନରେ ସର୍ବାଧିକ ସଂଗ୍ରହ କରିଥିଲା। ଉରିର ପ୍ରଥମ ଦିନର ଆୟ ଥିଲା 8.20 କୋଟି ଟଙ୍କା, ରାଜୀ ପ୍ରଥମ ଦିନରେ 7.53 କୋଟି ଟଙ୍କାର ବ୍ୟବସାୟ କରିଥିଲା ବର୍ତ୍ତମାନ 'ସାମ ବାହାଦୂ'ର ପ୍ରଥମ ଦିନର ଆୟ 6 କୋଟି ଟଙ୍କା ବୋଲି ସୂଚନା ରହିଛି ।

'ସାମ ବାହାଦୂର' 2 ଘଣ୍ଟା 30 ମିନିଟର ଫିଲ୍ମ ।ଏହି ସିନେମାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପକ୍ଷରୁ ଏକ U / A ସାର୍ଟିଫିକେଟ୍ ଦିଆଯାଇଛି । ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର ଭାରତର ପ୍ରାୟ 1300 ପ୍ରେକ୍ଷାଳୟରେ ଅର୍ଥାତ୍ 1800 ରୁ 2000 ପରଦାରେ ମୁକ୍ତିଲାଭ କରିଛି। ବର୍ତ୍ତମାନ ସମସ୍ତଙ୍କ ନଦର ବକ୍ସ ଅଫିସରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+