Arbaaz Khan Marriage: ୫୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ସଲମାନଙ୍କ ଭାଇ
ସଲମାନ ଖାନଙ୍କ ଭାଇ ତଥା ଅଭିନେତା ଅରବାଜ ଖାନଙ୍କ ବିବାହ ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି । ଖବର ଅନୁଯାୟୀ, ଅରବାଜ ଖାନ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ଡେଟ କରୁଛନ୍ତି ଏବଂ ତାଙ୍କୁ ବିବାହ କରିପାରନ୍ତି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅରବାଜ ଖାନ 24 ଡିସେମ୍ବରରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ସେ 24 ଡିସେମ୍ବରରେ Shura Khanଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁମାନେ ଯୋଗଦେବେ । ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । Patna Shukla ଫିଲ୍ମର ସେଟରେ ଶୌରା ଏବଂ ଅରବାଜଙ୍କ ଦେଖା ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଅରବାଜ ଖାନ ପୂର୍ବରୁ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ମଲାଇକା ଏବଂ ଅରବାଜ 12 ଡିସେମ୍ବର 1998 ରେ ବିବାହ କରିଥିଲେ। ହେଲେ ଦୀର୍ଘ ଦିନ ଏକାଠି ରହିବା ପରେ ଉଭୟ ପରସ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ବିବାହର 19 ବର୍ଷ ପରେ ମଲାଇକା-ଅରବାଜଙ୍କର ଡିଭୋର୍ସ ହୋଇଥିଲା । ମଲାଇକା ଏବଂ ଅରବାଜଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ମଲାଇକା ଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ। ନିକଟରେ ଅରବାଜ ଏବଂ ଜର୍ଜିଆଙ୍କ ବ୍ରେକ ଅପ ଖବର ଚର୍ଚ୍ଚାରେ ରହିଥିଲା ।












Click it and Unblock the Notifications