ଧମକପୂର୍ଣ୍ଣ ଇ-ମେଲ୍ ପରେ ସଲମାନଙ୍କୁ ମିଳିଲା Y+ ସୁରକ୍ଷା
ସଲମାନଙ୍କୁ ମିଳିଲା Y+ ସୁରକ୍ଷା । ଲରେଲ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଲଗାତାର ଦୁଇ ଦୁଇ ଥର ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି ।

ମୁମ୍ବାଇ: ଧମକପୂର୍ଣ୍ଣ ଇ-ମେଲ୍ ପରେ ବଢିଲା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା । ମିଳିଲା Y+ ସୁରକ୍ଷା । ଲରେଲ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଲଗାତାର ଦୁଇ ଦୁଇ ଥର ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି ।
ମାର୍ଚ୍ଚ ୧୮ରେ ଆସିଥିଲା ଏକ ଇ-ମେଲ୍ । ଇ-ନେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ରୋହିତ ଗର୍ଗ ଭାବେ ପରିଚୟ ଦେଇଥିଲେ । ଏହି ଇମେଲରେ ଲେଖାଯାଇଥିଲା ଯେ, ଗୋଲ୍ଡୀ ବ୍ରାର ତୁମ ବସ୍ ଅର୍ଥାତ୍ ସଲମାନ ଖାନଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି । ସେ ନିଶ୍ଚିତ ଭାବେ ବିଷ୍ଣୋଇଙ୍କ ସାକ୍ଷାତକାର ଦେଖିଥିବେ । ଯଦି ସେ ଦେଖି ନାହାଁନ୍ତି ତାଙ୍କୁ ଦେଖିବା ପାଇଁ କୁହ ଏବଂ ଯଦି ସେ ଚାହୁଁଛନ୍ତି ଏହି ମାମଲା ଏଠି ହିଁ ବନ୍ଦ ହୋଇଯାଉ ତେବେ ସେ ତୁରନ୍ତ ଗୋଲ୍ଡୀ ବ୍ରାରଙ୍କ ସହ କଥା ହୁଅନ୍ତୁ । ସେ ମୁହାଁମୁହିଁ କଥା ହେବା ପାଇଁ ଯଦି ଚାହୁଁଛନ୍ତି ତେବେ ଆମକୁ ଜଣାଅ । ଏହାର ବ୍ୟବସ୍ଥା ଆମେ କରିବୁ । ନ ହେଲେ ପରବର୍ତ୍ତି ସମୟରେ ତୁମେ କେବଳ ଘଟଣା ଦେଖି ଆଶ୍ଚର୍ଯ୍ୟ ହେବ ।
ଏହି ଇ-ମେଲ୍ ମିଳିବା ପରେ ସଲମାନ ଖାନଙ୍କ ଟିମ୍ ତୁରନ୍ତ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା । ଯାହା ପରେ ଅଭିନେତାଙ୍କ ଘର ବାହାରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।
ତେବେ ଏହା ପୂର୍ବରୁ ମଧ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବର୍ତ୍ତମାନ ଜେଲରେ ଅଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications