For Quick Alerts
Turn On Notification  
For Daily Alerts
Oneindia App Download

ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ ,ମିଳିଲା ଧମକ ପୂର୍ଣ୍ଣ ଚିଠି

ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ ,ମିଳିଲା ଧମକ ପୂର୍ଣ୍ଣ ଚିଠି.

|

ମୁମ୍ବାଇ:ସଲମାନଙ୍କ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତମଲ ସାରସ୍ୱତଙ୍କୁ ହତ୍ୟା ଧମକ ।ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି ଦବଙ୍ଗ ଖାନଙ୍କ ଓକିଲଙ୍କୁ । ଜୋଧପୁର ହାଇକୋର୍ଟର ଜୁବଲି ଚାମ୍ବରରୁ ହସ୍ତମଲଙ୍କୁ ଏହି ଚିଠି ମିଳିଛି ।ଯାହ ପରେ କଡାକଡି କରାଯାଇଛି ଓକିଲ ହସ୍ତମଲଙ୍କ ସୁରକ୍ଷା ବ୍ୟବସ୍ତା । ପୂର୍ବରୁ ସଲମାନଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ମିଳିଥିଲା ।

salman

ସୂଚନାଯୋଗ୍ୟ ଯେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ପଚାରଉଚରା ବେଳେ ଗ୍ୟାଙ୍ଗର ଲୋକେ
ମୁସେୱାଲାଙ୍କୁ ହତ୍ୟା କରିଛନ୍ତି ବୋଲି ଲରେନ୍ସ ଦିଲ୍ଲୀ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା । ଏପଟେ ସଲମାନଙ୍କ ଓକିଲଙ୍କୁ ମିଳିଥିବା ଚିଠିରେ ମଧ୍ୟ ଲରେନ୍ସ ଓ ତାଙ୍କ ଗ୍ୟାଙ୍ଗର ଚର୍ଚ୍ଚା ହୋଇଛି ।ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଓକିଲ ହସ୍ତମଲଙ୍କୁ ହତ୍ୟା ଧମକ ମିଳିଥିଲା ।

ତେବେ ଏହି ମାମଲାର ଛାନବିନ ଆରମ୍ଭ ହେବା ସହ ପୁଲିସର ଗୁଇନ୍ଦା ବିଭାଗର ରହିଛି ନଜର । ଏହା ସହ ଓକିଲ ହସ୍ତମଲ ସାରସ୍ୱତଙ୍କ ସୁରକ୍ଷା ବଧ୍ୟ ବଢାଇଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Salman khan's lawyer found the threat 'letter right outside court chamber .
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X