ଯବାନଙ୍କ ସହ ସଲମାନ , ରୁଟି ପ୍ରସ୍ତୁତ କରି ସାଉଁଟିଲେ ପ୍ରଶଂସା
Salman Meet Indian Navy Soldiers: Salman Khan Made Roti for Soldiers : ଯବାନଙ୍କ ସହ ସଲମାନ , ରୁଟି ପ୍ରସ୍ତୁତ କରି ସାଉଁଟିଲେ ପ୍ରଶଂସା
ବିଶାଖାପଟ୍ଟନମ୍ : ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ପ୍ରସ୍ତୁତ । ମାତ୍ର ଆଉ କିଛି ଦିନର ଅପେକ୍ଷା । ହେଲେ ଏବେଠୁ ହିଁ ବଲିଉଡର ଦବଙ୍ଗ ଖାନ ଆରମ୍ଭ କରିଦେଲେଣି ସେଲିବ୍ରେସନ୍ । ନିକଟରେ ଦେଶର ଯବାନଙ୍କ ସହ ନଜର ଆସିଥିଲେ ଆକ୍ଟର ସଲମାନ ଖାନ । ବିଶାଖାପଟ୍ଟନମ୍ରେ ଇଣ୍ଡିଆନ ନେଭିର ଯବାନଙ୍କ ସହ ସାକ୍ଷାତ୍ କରିବାକୁ ପହଞ୍ଚି ଥିଲେ ସଲମାନ । ଯେଉଁଠି ଯବାନଙ୍କର ମନୋରଞ୍ଜନ କରିବାର କୌଣସି ମୌକା ହାତ ଛଡା କରିନଥିଲେ ଭାଇଜାନ୍ ।

ରିପୋର୍ଟ ଅନୁସାରେ ସଲମାନ ଖାନ୍ ନିଜ ଫିଲ୍ମ ସୁଟିଂ ପାଇଁ ବିଶାଖାପଟ୍ଟନମ୍ରେ ଅଛନ୍ତି । ଯେଉଁଠି ସେ ନେଭିର ଯବାନଙ୍କ ସହ କିଛି ସମୟ ବିତାଇଛନ୍ତି । ଯବାନଙ୍କ ସହ ସଲମାନଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ସଲମାନ ହ୍ୱାଇଟ୍ ସାର୍ଟ , ବ୍ଲାକ୍ ପ୍ୟାଣ୍ଟ ସହ ପ୍ରିଣ୍ଟେଡ ନେଭି କ୍ୟାପ୍ରେ ନଜର ଆସୁଛନ୍ତି ।

ନେଭିର ଯବାନଙ୍କ ସହ ଭାରତୀୟ ପତାକା ଉଡ଼ାଇବା ସହ ରୁଟି ପ୍ରସ୍ତୁତ କରିବାର ଫଟୋ ଏବେ ଖୁବ ଭାଇରଲ ହେଉଛି । ସଲମାନଙ୍କର ଏ ଅନ୍ଦାଜକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ଜନତା । ସଲମାନଙ୍କୁ ପାଖରେ ଦେଖି ଯବାନ ମଧ୍ୟ ଖୁସି ନଜର ଆସୁଛନ୍ତି ।












Click it and Unblock the Notifications