ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର'ଟିଜର୍ ରିଲିଜ୍
Salman Khan: ସଲମାନ ଖାନଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର' ୨୦୨୫ ଇଦରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ମୁକ୍ତିଲାଭ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ହେଲେ ଏହା ପୂର୍ବରୁ ନିର୍ମାତାମାନେ ଏହି ଫିଲ୍ମର ଏକ ଟିଜର୍ ରିଲିଜ କରିଛନ୍ତି। ଫିଲ୍ମ ଟିଜରରେ ସଲମାନ ଖାନଙ୍କ ଆକ୍ସନ ଅବତାର ସହିତ ରଶ୍ମିକା ମନ୍ଦାନାଙ୍କର ଝଲକ ଦେଖିବା ପାଇଁ ମିଳୁଛି ।

'ସିକନ୍ଦର'ର ଟିଜର ଏକ ଆକ୍ସନ ଦୃଶ୍ୟରୁ ଆରମ୍ଭ ହୁଏ ଯେଉଁଥିରେ ସଲମାନ ଖାନ ଗୁଣ୍ଡାମାନଙ୍କୁ ସହ ଫାଇଟ କରୁଥିବାର ଦେଖିବା ପାଇଁ ମିଳୁଛି । ଟିଜରରେ ସୁପରଷ୍ଟାରଙ୍କ ସୁପର ଡାଏଲଗ୍ ଶୁଣିବାକୁ ମିଳୁଛି। ଅଭିନେତା କହୁଛନ୍ତି,ମୁଁ ନ୍ୟାୟ ସଫା କରିବା ପାଇଁ ଆସି ନାହିଁ । ନିୟମ ମଧ୍ୟରେ ରୁହ ଏବଂ ଲାଭରେ ରୁହ । ନଚେତ୍ ଶ୍ମଶାନ ପାଲଟିଯିବ । ଟିଜରରେ ମୁଖ୍ୟ ଅଭିନେତ୍ରୀ ରଶ୍ମିକାଙ୍କର ଝଲକ ମଧ୍ୟ ଦେଖିୂବା ପାଇଁ ମିଳୁଛି ।












Click it and Unblock the Notifications