Salman Khan Fim Sikander: ଆରମ୍ଭ ହେଲା ସଲମାନଙ୍କ ଏହି ଫିଲ୍ମର ସୁଟିଂ, ଆସିଲା ପ୍ରଥମ ଫଟୋ

Salman Khan Fim Sikander: ବଲିଉଡ ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଧମାକେଦାର ଖବର । ନିକଟରେ ସଲମାନ ଫିଲ୍ମ 'ସିକନ୍ଦର'କୁ ନେଇ ବଡ଼ ଘୋଷଣା କରିଥିଲେ । ଯାହା ପରେ ଫ୍ୟାନ୍ସ ଫିଲ୍ମର ପ୍ରତ୍ୟେକ ଅପଡେଟ୍ ଜାଣିବା ପାଇଁ ବେଶ ଉତ୍ସାହିତ ଅଛନ୍ତି । ସଲମାନ ଖାନ ମଧ୍ୟ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର'ର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମ ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

'ସିକନ୍ଦର' ହେଉଛି ସାଜିଦ୍ ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏବଂ ଆର୍ ମୁରୁଗଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରର ସୁଟିଂ ମଙ୍ଗଳବାର ମୁମ୍ବାଇରେ ଆରମ୍ଭ ହୋଇଛି । ଯେଉଁଠାରେ ଦଳ ସଲମାନ ଖାନଙ୍କ ସହ ଏକ ରୋମାଞ୍ଚକ ଭରା ଏକ ସିନ୍ ସୁଟିଂ କରିବ । ଏହି ସମୟରେ ସଲମାନ ଏବଂସାଜିଦ୍ ନାଡିୟାଡୱାଲା ଏଣ୍ଟରଟେନମେଣ୍ଟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ସେଟରୁ ବିଟିଏସ୍ ଫଟୋ ସେୟାର କରି ସିନେମା ସୁଟିଂ ଆରମ୍ଭ ନେଇ ସୂଚନା ଦେଇଛନ୍ତି । ଏହି ଫଟୋରେ ସଲମାନ, ସାଜିଦ ଏବଂ ମୁରୁଗଦାସଙ୍କୁ ଏକାଠି ସେଟରେ ଦେଖିବାକୁ ମିଳିଛି। ଏହି ଫଟୋର କ୍ୟାପସନରେ ଲେଖାଯାଇଛି, "ସିକନ୍ଦର ତିକଡି଼! ସିଧା ଫିଲ୍ମ ସେଟରୁ ।

ଏହି ଫଟୋ ପ୍ରଶଂସକଙ୍କ ପାଇଁ ଏଣ୍ଟଟେନମେଣ୍ଟର ବୁଷ୍ଟର ଡୋଜ୍ ପରି । ଦର୍ଶକଙ୍କ ମଧ୍ୟରେ ଉତ୍ସାହ, ଖୁସି ଦ୍ୱିଗୁଣ ବୃଦ୍ଧି ପାଇଛି । ଜଣେ ପ୍ରଶଂସକ ଲେଖିଛନ୍ତି, "ଅବ ଆଏଗା ନା ମାଜା ... ଉତ୍ସାହିତ", ଆଉ ଜଣେ ଲେଖିଛନ୍ତି, ରିଲିଜକୁ ଅପେକ୍ଷା । ସିନେମାର ଟିମ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଏହି ଆକ୍ସନ୍-ପ୍ୟାକଜରେ ଭରପୁର ଫିଲ୍ମ ଇଦ୍ 2025'ରେ ରିଲିଜ୍ ହେବାକୁ ଯାଉଛି ।

Salman Khan Fim Sikander

ମାର୍ଚ୍ଚ ମାସରେ ଏହି ଫିଲ୍ମ ନେଇ ଘୋଷଣା କରାଯାଇଥିଲା ନିଜେ ସଲମାନ ଖାନ ମଧ୍ୟ ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଏହି ଫିଲ୍ମରେ ପ୍ରଥମ ଥର ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦନା । ଫିଲ୍ମ 'ସିକନ୍ଦର' EID 2025' ରେ ମୁକ୍ତିଲାଭ କରିବ। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ର ରିଲିଜକୁ ଅପେକ୍ଷା କରିଛନ୍ତି ।

କୁହାଯାଉଛି ଫିଲ୍ମ ସିକନ୍ଦରରେ ସଲମାନଙ୍କୁ ନୂଆ ଅନ୍ଦାଜରେ ଦେଖିବା ପାଇଁ ମିଳିବ ଏବଂ ଏଥିରେ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାର ମୌକା ପାଇବେ ଦର୍ଶକ । ସେହିପରି ପ୍ରଥମ ଥର ସଲମାନ-ରଶ୍ମିକାଙ୍କ ଜୋଡ଼ି ବଡ଼ ପରଦାରେ ନଜର ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+