ରିଲିଜ୍ ହେଲା ଟାଇଗର-3 ଟିଜର୍: ଜାଣନ୍ତୁ କ'ଣ ପାଇଁ କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗିଲେ ସଲମାନ
Tiger 3 Teaser: ସଲମାନ ଖାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି ଫ୍ୟାନ୍ସ । ଦୀପାବଳି ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-3 ଭେଟିଦେବା ପାଇଁ ଯାଉଛନ୍ତି । ଅର୍ଥାତ୍ ଦିପାବଳୀ ଅବସରରେ ରିଲିଜ୍ ହେବା ପାଇଁ ଯାଉଛି ଟାଇଗର-3 । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ । ଆଜି ଟାଇଗର-3ର ରୋମାଞ୍ଚକ ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ ଖାନଙ୍କ ଲୁକ୍, ଆକ୍ସନ ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା ।

ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର । ଆରମ୍ଭରୁ ଦବଙ୍ଗ ଖାନ କହୁଛନ୍ତି, ମୋର ନାମ ଅବିନାଶ ସିଂ ରାଠୋର ହେଲେ ଆପଣ ସମସ୍ତଙ୍କ ପାଇଁ ମୁଁ ଟାଇଗର । ସ୍ୱର ପରି ସଲମାନଙ୍କ ଲୁକ୍ ବି ଖୁବ ଅଟ୍ରାକଟିଭ୍ ରହିଛି ।
ଆହୁରି ମଧ୍ୟ ଟିଜରରେ ଅବିନାଶ ସିଂ ରାଠୋର ଅର୍ଥାତ୍ ସଲମାନ ଖାନ କହିଛନ୍ତି ଯେ, 20 ବର୍ଷ ଧରି ସେ ଭାରତର ସୁରକ୍ଷା ପାଇଁ ସବୁକିଛି କରି ଆସୁଛନ୍ତି । ତା ପ୍ରତିବଦଳରେ ସେ କେବେ କିଛି ମାଗି ନାହାଁନ୍ତି । ଆଜି ସମସ୍ତଙ୍କୁ କୁହାଯାଉଛି ଯେ, ଟାଇଗର ତୁମର ଶତ୍ରୁ, ଟାଇଗର ଜଣେ ଦେଶଦ୍ରୋହୀ, ଟାଇଗର ହେଉଛି ଶତ୍ରୁ ନମ୍ବର 1 । ଭାରତର 20 ବର୍ଷ ସେବା କରିବା ପରେ ମୁଁ ମୋର କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗୁଛି ।
जब तक टाइगर मरा नहीं, तब तक टाइगर हारा नहीं #TigerKaMessage #Tiger3 arriving in cinemas this Diwali. Releasing in Hindi, Tamil & Telugu. #KatrinaKaif | #ManeeshSharma | @yrf | #YRF50 | #YRFSpyUniverse pic.twitter.com/TXRz13oU30
— Salman Khan (@BeingSalmanKhan) September 27, 2023
ସଲମାନ ଆହୁରି କହିଛନ୍ତି, ମୋ ପୁଅକୁ ଭାରତ କହିବ ଯେ ମୁଁ ଦେଶଦ୍ରୋହୀ ନା ଦେଶପ୍ରେମୀ ... ଯଦି ଜୀବିତ ରହିବି ତେବେ ପୁନର୍ବାର ଆପଣଙ୍କ ସେବାରେ ଉପସ୍ଥିତ ରହିବି, ନଚେତ୍ ଜୟହିନ୍ଦ୍ ... 1 ମିନିଟ୍ 43 ସେକେଣ୍ଡ୍ ଟିଜର ବର୍ତ୍ତମାନ ବଖାଣୁଛି ଫିଲ୍ମର ସଫଳତା । 'ଟାଇଗର 3' 'ର ଟିଜର ରିଲିଜ ହେବା ପୂର୍ବରୁ ସଲମାନ ଖାନ ମଙ୍ଗଳବାର ରାତିରେ ସୋସିଆଲ ମିଡିଆରେ 'ଟାଇଗର 3'ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଆଜି ଟିଜର ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଥିଲା ।












Click it and Unblock the Notifications