Tiger 3 Box Office Collection: ଏହି ଫିଲ୍ମର ରେକର୍ଡ ବ୍ରେକ୍ କଲା 'ଟାଇଗର-3'
'Tiger 3' Box Office Collection: ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'ଟାଇଗର-3' 'ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ସବୁଠି ଚହଳ ସୃଷ୍ଟି କରିଛି । ପ୍ରଶଂସକଙ୍କ ମଧ୍ୟରେ ସଲମାନଙ୍କୁ ନେଇ ବେଶ୍ ଅଧିକ କ୍ରେଜ୍ ଦେଖିବାକୁ ମିଳୁଛି । ସେହିପରି ଫିଲ୍ମର ରୋଜଗାର ମଧ୍ୟ ଖୁବ୍ ଭଲ୍ ରହିଛି । ପ୍ରତିଦିନ ଏହି ଚଳଚ୍ଚିତ୍ରର ଆୟ ରେକର୍ଡ ସୃଷ୍ଚି କରିବା ସହ ଅନେକ ରେକର୍ଡ ବ୍ରେକ୍ କରୁଛି ।
ଚଳିତ ବର୍ଷ ରିଲିଜ୍ ହୋଇଥିବା ସନି ଦେଓଲଙ୍କ ଫିଲ୍ମ 'ଗଦର ୨'ର ପ୍ରଥମ ଦିନର ଆୟରୁ ଅଧିକ ବ୍ୟବସାୟ କରିଛି ସଲମାନ ଖାନଙ୍କ ଫିଲ୍ମ ଟାଇଗର-3'। ଦବଙ୍ଗ ଖାନଙ୍କ 'ଟାଇଗର 3' ଦୁଇ ଦିନରେ 100 କୋଟି ଟଙ୍କା ରୋଜଗାର କରିଥିବା ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି।

ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶଙ୍କ ରିପୋର୍ଟ ଅନୁସାରେ, ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ରିଲିଜ ଦିନ ଅର୍ଥାତ ରବିବାର ଦିନ ଘରୋଇ ବକ୍ସ ଅଫିସରେ 43 କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହି ଫିଲ୍ମ ଦ୍ୱିତୀୟ ଦିନରେ 58 କୋଟି ଟଙ୍କା ରୋଜଗାର କରିଥିଲା। ଏଥି ସହିତ ତାମିଲ ଏବଂ ତେଲୁଗୁ ସଂସ୍କରଣରେ ଏହି ଚଳଚ୍ଚିତ୍ର ଦୁଇ ଦିନ ମଧ୍ୟରେ 2 କୋଟି 75 ଲକ୍ଷ ଟଙ୍କା ବ୍ୟବସାୟ କରିଛି। ତେବେ ମୋଟ୍ ଦୁଇ ଦିନ ମଧ୍ୟରେ ଭାରତରେ ମୋଟ 103 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି ।
ଚଳିତ ବର୍ଷ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ଏବଂ 'ପଠାନ' ମାତ୍ର ଦୁଇ ଦିନ ମଧ୍ୟରେ 100 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିଛି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁସାରେ, 'ଜୱାନ' ମାତ୍ର ଦୁଇ ଦିନ ମଧ୍ୟରେ 128 କୋଟି ଟଙ୍କା ଆୟ କରିଥିବାବେଳେ 'ପଠାନ' 127 କୋଟି ଟଙ୍କା ବ୍ୟବସାୟ କରିଥିଲା । ବର୍ତ୍ତମାନ 'ଟାଇଗର 3' ମଧ୍ୟ ଏହି ତାଲିକାରେ ପ୍ରବେଶ କରିଛି । ଯାହା ମାତ୍ର ଦୁଇ ଦିନ ମଧ୍ୟରେ 100 କୋଟି ଟଙ୍କା ଅତିକ୍ରମ କରିଛି । ରିପୋର୍ଟ ଅନୁଯାୟୀ, 'ଟାଇଗର 3' ତୃତୀୟ ଦିନରେ 42.50 କୋଟି ଟଙ୍କା ଆୟ କରିଛି।
ଟାଇଗର-3' ରେ ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ କୈଫଙ୍କ କେମେଷ୍ଟ୍ରି ପୁଣି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ଏହାପୂର୍ବରୁ ଦୁହେଁ 'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହୈ ରେ' ମଧ୍ୟ ଏକାଠି ନଜର ଆସିଥିଲେ । ଟାଇଗର-3'ରେ ଇମ୍ରାନ ହାଶମୀ ଜଣେ ଭିଲେନ ଚରିତ୍ରରେ ନଜର ଆସୁଛନ୍ତି ଏବଂ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ୟଶ ରାଜ ଫିଲ୍ମ ପ୍ରଡକ୍ସନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications