Get Updates
Get notified of breaking news, exclusive insights, and must-see stories!

ସଲମାନଙ୍କ ଫ୍ୟାନ୍ସ କଲେ ଏପରି କାର୍ଯ୍ୟ, ଥାନାରେ ରୁଜୁ ହେଲା ମାମଲା

Salman Khan Tiger 3: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ଟାଇଗର-3' 'ରିଲିଜ ହୋଇଯାଇଛି । ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇ ସେଲିବ୍ରେଟ୍ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ଏବଂ ଯେଉଁମାନେ ଏପରି ଭାବେ ସିନେମା ହଲ ଭିତରେ ବାଣ ଫୁଟାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ବାସ୍ତବରେ ଦୀପାବଳି ଦିନ 'ଟାଇଗର-3' 'ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ଦେଖିବାକୁ ସଲମାନଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ । ସୋସିଆଲ ମିଡିଆରେ ଭାଇରା ହେଉଥିବା ଭିଡିଓରୁ ହିଁ ଅନୁମାନ କରାଯାଇପାରୁଛି ଯେ, ଭାଇଜାନଙ୍କ କ୍ରେଜ୍ କେତେ ଅଧିକ ରହିଛି ।

 Salman Khan

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଦର୍ଶକ ମହାରାଷ୍ଟ୍ରର ନାଶିକ ଜିଲ୍ଲା ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଉଛନ୍ତି । ଥିଏଟର ଭିତରେ ଆତସବାଜି ଏବଂ ବାଣ ଫାଟିବାର ଏହି ଘଟଣା ମୋହନ ସିନେମା ହଲ ଭିତରର ବୋଲି ଦାବି କରାଯାଉଛି । ସିନେମା ଘର ଭିତରେ ବାଣ ଫୁଟିବା ଫଳରେ ଉପସ୍ଥିତ ଲୋକ ମାନେ ଭୟଭୀତ ହୋଇ ଏପଟେ ସେପଟ ଦୌଡିବା ଆରମ୍ଭ କରିଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ମୋହନ ଥିଏଟର ବିରୋଧରେ ଧାରା 112 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଦୁଇ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ତେବେ ପ୍ରଶଂସକମାନେ କେବଳ ମେଲେଗାଓଁର ଥିଏଟରରେ ନୁହେଁ ବରଂ ଦେଶର ଅନେକ ସହରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ଦେଶର ଅନ୍ୟାନ୍ୟ ପ୍ରେକ୍ଷାଳୟରେ ବାଣ ଫୁଟାଇ ସେଲିବ୍ରେଟ୍ କରୁଥିବାର ଦେଖିବା ପାଇଁ ମିଳିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସଲମାନ ପ୍ରଶଂସକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହି ଲୋକମାନଙ୍କୁ ଥିଏଟର ଭିତରେ ସାଥିରେ ବାଣ ନେଇକି ଯିବା ପାଇଁ କିପରି ଅନୁମତି ଦିଆଗଲା, ଆମକୁ ତ ଖାଦ୍ୟ ଭିତରକୁ ନେବାକୁ ମଧ୍ୟ ଅନୁମତି ନାହିଁ । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ସେଲିବ୍ରିଟିଙ୍କ ଏମାନେ କିଛି ବି କରି ପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+