ସଲମାନଙ୍କ ଏହି ଏକ୍ସ-ଗର୍ଲ ଫ୍ରେଣ୍ତଙ୍କ ଉପରେ ହେଲା ଆକ୍ରମଣ, କହିଲେ ଖୁବ୍ କଷ୍ଟରେ ଅଛି

Salman Khan Ex-Girl Friend: ସଲମାନଙ୍କ ଏ ଏକ୍ସ-ଗର୍ଲ ଫ୍ରେଣ୍ତଙ୍କ ଉପରେ ହେଲା ଆକ୍ରମଣ, କହିଲେ ଖୁବ୍ କଷ୍ଟରେ ଅଛି । ସଲମାନ ଖାନଙ୍କ ଏକ୍ସ ଗର୍ଲଫ୍ରେଣ୍ତ ସୋମି ଅଲି ତାଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ପ୍ରାୟତଃ କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଛନ୍ତି । ବର୍ତ୍ତମାନ ପୁଣି ସେ ଲାଇମଲାଇଟରେ ଅଛନ୍ତି । ସୂଚନା ରହିଛି ଯେ, ସୋମି ଅଲିଙ୍କ ଉପରେ ଆକ୍ରମଣ ହୋଇଛି ।

ପ୍ରକୃତରେ, ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ସୋମି ଅଲି ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ମଧ୍ୟ କହିଛନ୍ତି ।

Salman Khan Ex-Girl Friend Somy Al

ସୋମି ଅଲି କହିଛନ୍ତି, "ମୁଁ ପୀଡିତାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ସହ ମିଶି କାର୍ଯ୍ୟ କରୁଛି। ପୀଡିତାଙ୍କୁ ଘରୁ ବାହାରକୁ ନଆସିବା ପର୍ଯ୍ୟନ୍ତ ମୋତେ ମୋ କାରରୁ ବାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। 17 ବର୍ଷ ମଧ୍ୟରେ ଏହା ନବମ ଆକ୍ରମଣ । ଆମେ ପୀଡିତା ଏବଂ ଚୋରା ଚାଲାଣକାରୀଙ୍କୁ ଏକ ସମୟରେ ଅପେକ୍ଷା କରିଥିଲୁ, ପୀଡିତା ଜଣକ ଜାଣି ନଥିଲେ ଯେ ସେ ଏକ ଏପରି ଘରକୁ ଯାଉଛନ୍ତି ଯାହା ସେ କେବେ ଚିନ୍ତା ମଧ୍ୟ କରି ନଥିବେ ।

ସେ ଆହୁରି କହିଛନ୍ତି, ମାନବ ଚାଲାଣର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । କାର୍ ବାହାରିବା ସମୟରେ ଚୋରା ଚାଲାଣକାରୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ମାନେ ଏକାସାଙ୍ଗରେ ଘର ଏବଂ ଆମ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମୋ ବାମ ହତକୁ ଖୁବ୍ ଜୋରେ ମୋଡି ଦେଇଥିଲା । ମୋତେ ଖୁବ୍ କଷ୍ଟ ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତରଙ୍କ ଅନୁଯାୟୀ ତାଙ୍କୁ ସୁସ୍ଥ ହେବା ପାଇଁ 6-8 ସପ୍ତାହ ଲାଗିବ। ଅଲି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବାମ ହାତଗୋଡ ବହୁତ ଫୁଲି ଯାଇଛି ଏବଂ ବର୍ତ୍ତମାନ ସେ କିଛି ସମୟ ପାଇଁ ବିଶ୍ରାମ ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+