ଐଶ୍ୱର୍ଯ୍ୟାଙ୍କ ପାଇଁ ସଲମାନ ଶୁଣିଥିଲେ ଗାଳି, ଜାଣନ୍ତୁ ପୁରା କାହାଣୀ
Salman Khan: ବଲିଉଡର ଚର୍ଚ୍ଚିତ ଯୋଡି ସଲମାନ- ଐଶ୍ୱର୍ଯ୍ୟା । ଉଭୟଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । 1999 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ୍'ରେ ଉଭୟଙ୍କ କେମେଷ୍ଟ୍ରୀ ବକ୍ସଅଫିସରେ ଚହଳ ସୃଷ୍ଟି କରିଥିଲା । ଉଭୟଙ୍କ କେମେଷ୍ଟ୍ରି ଆଜିବି ଦର୍ଶକଙ୍କ ପ୍ରଥମ ପସନ୍ଦ । ଚଳଚ୍ଚିତ୍ରର କାହାଣୀ ଏବଂ ଗୀତ ମଧ୍ୟ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲା । ହେଲ ଏହି ଫିଲ୍ମ ସମୟରେ ଏକ ଅଜଣ କଥାକୁ ନେଇ ବର୍ତ୍ତମାନ ହେଉଛି ଆଲୋଚନା ।
ବାସ୍ତବରେ ଫିଲ୍ମ ସୁଟିଂ ସମୟରେ ସଲମାନ ଖାନ ଐଶ୍ୱର୍ଯ୍ୟାଙ୍କ ପାଇଁ ସଞ୍ଜୟ ଲୀଲା ସଞ୍ଜୟ ଲୀଲା ଭଂସାଲୀଙ୍କଠୁ ଗାଳି ଶୁଣିଥିଲେ । ଏହା ଆମେ ନୁହେଁ ବରଂ ଫିଲ୍ମର ଜଣେ କୋଷ୍ଟାର କହିଛନ୍ତି । 'ହମ୍ ଦିଲ୍ ଦେ ଚୁକେ ସନମ୍'ରେ ଐଶ୍ୱର୍ଯ୍ୟା ରାୟଙ୍କ ମା' ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କହିଛନ୍ତି । ସେ କହିଥିଲେ ଐଶ୍ୱର୍ଯ୍ୟାଙ୍କ କାରଣରୁ ସଲମାନ ଖାନ ଏକ ଦୃଶ୍ୟ ପାଇଁ ଗାଳି ଶୁଣିଥିଲେ ।

ବଲିଉଡଶାଡି ଡଟ୍ କମ୍ ରିପୋର୍ଟ ଅନୁଯାୟୀ, ସ୍ମିତା ଜାଇକର କହିଥିଲେ ଯେ, 'ଯେତେବେଳେ ଫିଲ୍ମର ସୁଟିଂ ଚାଲିଥିଲା, ସେତେବେଳେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଯାଇଥିଲା। ତେବେ ଉଭୟଙ୍କ ପ୍ରେମ ଚର୍ଚ୍ଚା ପାଇଁ ଫିଲ୍ମକୁ ମଧ୍ୟ ଭଲ ଲାଭ ମିଳିଥିଲା । ସ୍ମିତା ଜୟକର ଆହୁରି କହିଛନ୍ତି ଯେ, ଯେତେବେଳେ ଫିଲ୍ମର ଏକ ଗୀତ ସୁଟିଂ କରାଯାଉଥିଲା, ସେତେବେଳେ ସଲମାନ ଐଶ୍ୱର୍ଯ୍ୟାଙ୍କୁ ଛୁଇଁବା ପାଇଁ ନିଜକୁ ଅଟକାଇ ପାରି ନଥିଲେ।
ସ୍ମୃତି ଜୟକର କହିଛନ୍ତି ଯେ, ଏହି ଫିଲ୍ମର ଏକ ଗୀତ ସୁଟ୍ ହେବା ସମୟରେ ସଲମାନଙ୍କୁ କେବଳ ଐଶ୍ୱର୍ଯ୍ୟାଙ୍କ ଚାରି ପାଖରେ ବୁଲିକି ଯିବାର ଥିଲା ହେଲେ ସେ ବାରମ୍ବାର ତାଙ୍କୁ ଛୁଇଁକି ଯାଉଥିଲେ ଏପରି ଥର ନୁହେଁ ତିନିରୁ ଚାରି ଥର ହୋଇଥିଲା । ଯେଉଁଥି ପାଇଁ ସଞ୍ଜୟ ଲୀଲା ଭଂସାଲୀ ଖୁବ୍ ରାଗି ଯାଇଥିଲେ ଏବଂ ସଲମାନଙ୍କୁ ଗାଳି ଦେଇଥିଲେ । ଏହି ଚଳଚ୍ଚିତ୍ର ପରେ ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିଥିଲେ। କିନ୍ତୁ ତା'ପରେ ସେମାନଙ୍କ ମଧ୍ୟରେ କିଛି ଘଟିଗଲା ଏବଂ ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ଖରାପ ଢଙ୍ଗରେ ସମାପ୍ତ ହୋଇଥିଲା ।












Click it and Unblock the Notifications