ବାହା ହେବାକୁ ନୁହେଁ ବାପା ହେବାକୁ ଚାହାନ୍ତି ସଲମାନ ଖାନ
ମୁମ୍ବାଇ: ନିକଟରେ ରିଲିଜ ହୋଇଛି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' । ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟିକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ହେଲେ ଏବେ ସଲମାନ ଖାନ ଦେଇଥିବା ଗୋଟିଏ ବୟାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେ ବିବାହ କରିବାକୁ ଚାହାନ୍ତି ନାହିଁ, ହେଲେ ବାପା ହେବାକୁ ଚାହିଁନ୍ତି । ଏହାର ଅର୍ଥ ସେ ପତି ହେବାକୁ ଚାହାନ୍ତି ନାହିଁ, କିନ୍ତୁ ପିତା ହେବାକୁ ଚାହାଁନ୍ତି । ଯାହା ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ।

ସଲମାନ କହିଥିଲେ ଯେ, ସେ ଏକଦା ପତ୍ନୀ ପାଇଁ ନୁହେଁ ବରଂ ପିଲା ପାଇଁ ଯୋଜନା କରିଥିଲେ । ଏହା ବୋହୂ ପାଇଁ ନୁହେଁ ବରଂ ଏକ ପିଲା ପାଇଁ ଥିଲା । କିନ୍ତୁ ଭାରତୀୟ ନିୟମ ଅନୁସାରେ ଏହା ସମ୍ଭବ ହୋଇ ନଥିଲା । ମୁଁ ପିଲାମାନଙ୍କୁ ବହୁତ ଭଲ ପାଏ । କିନ୍ତୁ ଯେତେବେଳେ ପିଲାଟି ଘରକୁ ଆସିବ ତାପୂର୍ବରୁ ମା' ମଧ୍ୟ ଆସିବା ଦରକାର । ମଜାଳିଆ ଢଙ୍ଗରେ କହିଛନ୍ତି, ମା' ବହୁତ ଅଛନ୍ତି କିନ୍ତୁ ସବୁ ମା' ମୋ ସ୍ତ୍ରୀ ନୁହେଁ ।
ଏହାପୂର୍ବରୁ ସଲମାନ ଖାନ ବିବାହକୁ ନେଇ କରନ ଜୋହରଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ ଏବେ ଦୁଇଟି ସନ୍ତାନର ପିତା। ଏହା ଉପରେ ସଲମାନ ଖାନ କହିଛନ୍ତି, "ତାହା ହିଁ ମୁଁ କରିବାକୁ ଚେଷ୍ଟା କରୁଥିଲି । କିନ୍ତୁ, ସେହି ନିୟମ ବୋଧହୁଏ ବଦଳିଯାଇଛି ।












Click it and Unblock the Notifications