ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଧମକ ପରେ ବଡ଼ ପଦକ୍ଷେପ ନେଲେ ସଲମାନ ଖାନ
Bigg Boss 18: ବିଗ୍ ବସ୍ 18 ଆରମ୍ଭ ହେବାର 2 ସପ୍ତାହ ହୋଇଗଲାଣି ଏବଂ ଧିରେ ଧିରେ ଏହି ଶୋ'ଦର୍ଶକଙ୍କୁ ଇମପ୍ରେସ୍ କରିବାରେ ଲାଗିଛି। ବର୍ତ୍ତମାନ ବିଗ୍ ବସ୍ ର ଦ୍ୱିତୀୟ ସପ୍ତାହରେ ୱିକେଣ୍ତ୍ କା ୱାର୍'ଉପରେ ରହିଛି ସମସ୍ତଙ୍କୁ ନଜର । ବିଗ୍ ବସ୍ ଘରର ପ୍ରତିଯୋଗୀ ଏବଂ ଦର୍ଶକ ଉଭୟ ୱିକେଣ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ବାସ୍ତବରେ, ପ୍ରତ୍ୟେକ ୱିକେଣ୍ଡରେ ସଲମାନ ପ୍ରତିଯୋଗୀଙ୍କ କ୍ଲାସ୍ ନିଅନ୍ତି ।

ଖବର ରହିଥିଲା ଯେ, ସଲମାନ ହୋଷ୍ଟ କରିବେ ନାହିଁ । ଏହା ପରେ ବିଗ୍ ବସ୍ ର ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ନିରାଶାର ହୋଇପଡିଥିଲେ । ହେଲେ ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର ୱିକେଣ୍ଡ କା ଭାର ପାଇଁ ସଲମାନ ଖାନ ବିଗ୍ ବସ୍ ସେଟରେ ପହଞ୍ଚିଛନ୍ତି । ଚଳିତ ସପ୍ତାହରେ ସେ ବିଗ୍ ବସ ହୋଷ୍ଟ କରିବା ପାଇଁ ଯାଉଛନ୍ତି । ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସୁରକ୍ଷା ଦୃଷ୍ଟିରୁ ସଲମାନଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ। ହେଲେ ବର୍ତ୍ତମାନ ସଲମାନ ଏହି ଶୋ"କୁ ହୋଷ୍ଟ କରିବା ନେଇ ସୂଚନା ରହିଛି ।
କିଛି ଦିନ ପୂର୍ବରୁ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାର ଦାୟିତ୍ୱ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ନେଇଥିଲା । ତେବେ ଏହି ଗ୍ୟାଙ୍ଗ୍ ଲଗାତାର ସଲମାନ ଖାନାଙ୍କୁ ହତ୍ୟା ଧମକ ଦେଇ ଆସୁଛି । ତେବେ ଫରାହ ଖାନ ସଲମାନ ଖାନଙ୍କ ସ୍ଥାନରେ 19 ଓ 20 ଅକ୍ଟୋବରରେ ୱିକେଣ୍ଡ କା ଭାର ଆୟୋଜନ କରୁଥିବା ଦେଖିବାକୁ ମିଳିବ । ହେଲେ ଏନେଇ କୌଣସି ଅଫିସିଆଲ୍ ସୂଚନା ଜାରି କରାଯାଇ ନାହିଁ ।












Click it and Unblock the Notifications