ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଅଛି କି ଲିଙ୍କ୍ !

salman khan

ମୁମ୍ବାଇ:ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ନିକଟରେ ଦବଙ୍ଗ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ଅଭିନେତାଙ୍କ ଟିମ୍ ପକ୍ଷରୁ ମୁମ୍ବାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ସଲମାନଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ଧାକଡ ରାମ ବିଷ୍ଣୋଇ ।

ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କ ନାରେ ମାସେ ପୂର୍ବରୁ ରାଜସ୍ଥାନରେ ଆର୍ମସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଯାହା ପରେ ସେ ଜାମିନରେ ଆସିଥିଲେ । ଅଭିଯୁକ୍ତ ସଲମାନ ଖାନଙ୍କୁ ବାରମ୍ବାର ଇ-ମେଲ୍ କରି ସଲମାନଙ୍କୁ ଧମକ ଦେଉଥିଲେ । ୨୧ ବର୍ଷିୟ ଧାକଡ ରାମକୁ ରାଜସ୍ଥାନରୁ ଗିରଫ କରାଯାଇଛି ।

ସୂଚନାଥାଉ ଯେ, ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ମଧ୍ୟ ଧାକଡ ରାମ ବିଷ୍ଣୋଇ ଧମକ ଦେଇଥିଲା । ଏହା ପରେ ପଞ୍ଜାବରେ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ମୁମ୍ବାଇ ପୋଲିସର ତଦନ୍ତ ପରେ ପଞ୍ଜାବ ପୋଲିସ ମଧ୍ୟ ଧାକଡ ରାମ ବିଷ୍ଣୋଇଙ୍କୁ ଗିରଫ କରିପାରେ ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଧାକଡ ରାମ ବିଷ୍ଣୋଇର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ କୌଣସି ସମ୍ପର୍କ ନଥିବା ଜଣାପଡିଛି । କିଛି ସମୟ ମଧ୍ୟରେ ପୋଲିସ ବାନ୍ଦ୍ରା କୋର୍ଟରେ ଧାକଡ ରାମକୁ ହାଜର କରିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+