ସଲମାନ ଖାନଙ୍କୁ ଡେଙ୍ଗୁ, ବିଗ୍ ବସ୍ ୧୬ ହୋଷ୍ଟ କରିବେ ଏହି ଷ୍ଟାର
ସଲମାନ ଖାନଙ୍କୁ ଡେଙ୍ଗୁ, ବିଗ୍ ବସ୍ ୧୬ ହୋଷ୍ଟ କରିବେ ଏହି ଷ୍ଟାର
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁଲତାନ ଅର୍ଥାତ୍ ସଲମାନ ଖାନ ଅସୁସ୍ଥ । ଆଜିକାଲି ସେ ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂ ସହିତ ଟିଭି ରିଆଲିଟି ଶୋ 'ବିଗ୍ ବସ୍ 16'କୁ ମଧ୍ୟ ହୋଷ୍ଟ କରୁଛନ୍ତି । ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଲାଗୁଛି ଯେ କିଛି ସମୟ ପାଇଁ ତାଙ୍କୁ ଏହି ଶୋ'ରୁ ବ୍ରେକ୍ ନେବା ପାଇଁ ପଡିବ । ଖବର ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ଯ୍ୟନ୍ତ 'ବିଗ୍ ବସ୍' ଆୟୋଜନ କରି ପାରିବେ ନାହିଁ ।

ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ଶୋ'କୁ ହୋଷ୍ଟ କରିବେ ବୋଲି ସୂଚନା ରହିଛି । ଇଟାଇମ୍ସ ରିପୋର୍ଟ ଅନୁସାରେ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି । ଅଭିନେତା ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର 'ବିଗ୍ ବସ 16'କୁ ହୋଷ୍ଟ କରିବେ । ପୂର୍ବରୁ ମଧ୍ୟ କରଣ ଜୋହର 'ବିଗ୍ ବସ୍' ଆୟୋଜନ କରିସାରିଛନ୍ତି । 2021 ମସିହାରେ କରଣ ଜୋହରଙ୍କୁ 'ବିଗ୍ ବସ୍ OTT' ଆୟୋଜନ କରୁଥିବାର ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ, ସଲମାନ ଖାନ୍ ଗତ ଦୁଇ ସପ୍ତାହ ହେଲା ଫିଲ୍ମ 'କିସି କା ଭାଇ, କିସି କା ଜାନ୍' ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା । ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଶୁଟିଂକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଛି ।












Click it and Unblock the Notifications