ଇଦରେ ନୁହେଁ ଏଥର ଦୀପାବଳିରେ ରିଲିଜ୍ ହେବ 'ଟାଇଗର ୩'

ଇଦରେ ନୁହେଁ ଏଥର ଦୀପାବଳିରେ ରିଲିଜ୍ ହେବ 'ଟାଇଗର ୩'

ମୁମ୍ବାଇ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩' ପାଇଁ ଦର୍ଶକମାନଙ୍କୁ ଆଉ କିଛି ଦିନ କରିବା ପାଇଁ ପଡିବ ଅପେକ୍ଷା । ସଲମାନ ଖାନ ଏହି ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଦୀପାବଳି ଅବସରରେ 'ଟାଇଗର 3' ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମ ପୂର୍ବରୁ ୨୧ ଏପ୍ରିଲ ୨୦୨୩ ରେ ରିଲିଜ ହେବାର ଥିଲା । ହେଲେ ଏବେ ସଲମାନ ଫିଲ୍ମର ନୂଆ ରିଲିଜ୍ ତାରିଖ ସହିତ ତାଙ୍କର ଏକ ଖାସ ଲୁକ୍ ମଧ୍ୟ ସେୟାର କରିଛନ୍ତି ।

SALMAN khan

'ଟାଇଗର ୩' ନୂତନ ରିଲିଜ୍ ତାରିଖ ପ୍ରକାଶ ପାଇଲା
ସଲମାନ ଖାନ ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିବା ସହିତ ସୋସିଆଲ ମିଡିଆ ଆକାଉଣ୍ଟରୁ 'ଟାଇଗର ୩'ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ସଲମାନ ଖାନ ମୁହଁ ଲୁଚାଇଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରରେ ତାଙ୍କର ଗୋଟିଏ ଆଖି ଦେଖିବା ପାଇଁ ମିଳୁଛି । ପୋଷ୍ଟର ସେୟାର କରିବା ସହିତ ଭାଇଜାନ କ୍ୟାପସନରେ ଲେଖିଛନ୍ତି, 'ଟାଇଗରର ଏକ ନୂଆ ତାରିଖ ଦୀପାବଳି ୨୦୨୩! ଆପଣଙ୍କ ଘର ପାଖ ସିନେମା ହଲରେ ଦେଖନ୍ତୁ ଟାଇଗର ୩ । ଏହି ସିନେମାଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ଦୀର୍ଘ ଦିନ ହେବ ସିନେପ୍ରେମୀ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର 'ର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି । ଫିଲ୍ମର ଟିଜର ଅନେକ ମାସ ପୂର୍ବରୁ ରିଲିଜ୍‌ ହୋଇଯାଇଛି । ଯାହାକୁ ଦର୍ଶକଙ୍କର ବେଶ ଭଲ ପାଇବା ମଧ୍ୟ ମିଳିଥିଲା । ଏଥର ମଧ୍ୟ କ୍ୟାଟ୍ରିନା ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦେଶନା କରିଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବାସ ଜାଫର ଏବଂ ବର୍ତ୍ତମାନ ତୃତୀୟ ଭାଗ ମହେଶ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍ ଓ ଇମ୍ରାନ ହାସମିଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+