ରଣବୀର କପୁରଙ୍କୁ ଚାପୁଡା ମାରିଥିଲେ ସଲମାନ, ପିତା ସଲିମ ଖାନଙ୍କୁ ମାଗିବା ପାଇଁ ପଡିଥିଲା କ୍ଷମା
ମୁମ୍ବାଇ:ଅଭିନେତା ସଲମାନ ଖାନ ଅଭିନୟ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ରହିଥାନ୍ତି । ଭାଇଜାନଙ୍କ ସହ ଜଡିତ ଅଛି ଅନେକ ବିବାଦ । କିଛି ଦିନ ହେବ ଲଗାତାର ସଲମାନଙ୍କୁ ହତ୍ୟା ପାଇଁ ଧମକ ଦିଆଯାଉଛି । ଯାହା ପରେ ତାଙ୍କ ସୁରକ୍ଷା କଡାକଡି କରାଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବଲିଉଡର ଅନେକ କଳାକାରଙ୍କ ସହ ଦବଙ୍ଗ ଖାନଙ୍କର କୋଲ୍ଡ ୱାର ଜାରି ରହିଛି । ତେବେ ସଲମାନଙ୍କ ଶତ୍ରୁଙ୍କ ଲିଷ୍ଟରେ ରଣବୀର କପୁରଙ୍କର ନାଁ ମଧ୍ୟ ସାମିଲ ଅଛି । ଚାଲନ୍ତୁ ଜାଣିବା ଏହି ଦୁଇ ଷ୍ଟାରଙ୍କ ଫାଇଟ୍ ବିଷୟରେ କିଛି ଅଧିକ ।

ପରବର୍ତ୍ତି ସମୟରେ ଏହି ଘଟଣା ପାଇଁ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ କପୁର ପରିବାରକୁ କ୍ଷମା ମାଗିବା ପାଇଁ ପଡିଥିଲା । ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା ।
ସୂଚନାଥାଉ ଯେ, ଗତକାଲି ଏକ ଗ୍ରାଣ୍ତ ଅନ୍ଦାଜରେ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚ୍ କରାଯାଇଛି । ଯେଉଁଠି ଭାଇଜାନ ଷ୍ଟାଇସ୍ ସମସ୍ତଙ୍କୁ ଇମପ୍ରେସ କରିଥିଲା । ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକ ଏହି ସିନେମାର ଟ୍ରେଲରକୁ ବେଶ୍ ପସନ୍ଦ କରୁଛନ୍ତି । 'କିସି କା ଭାଇ କିସି କି ଜାନ' ଇଦ ଅବସରରେ ମୁକ୍ତିଲାଭ କରିବ ।












Click it and Unblock the Notifications