ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ୍ ସଲମାନ : ଅନୁପ ଜଲୋଟା
Salman Khan: ସଲମାନ ଖାନ ବର୍ତ୍ତମାନ ଖୁବ୍ କଷ୍ଟ ସମୟ ଦେଇ ଗତି କରୁଛନ୍ତି । ଅଭିନେତାଙ୍କୁ କ୍ରମାଗତ ଭାବରେ ଜୀବନରୁ ମାରିବାର ଧମକ ଦିଆଯାଉଛି । ଏପରିକି ତାଙ୍କ ଘର ବାହାରେ ଗୁଳି ମାଡ଼ ମଧ୍ୟ କରାଯାଇଥିଲା । ନିକଟରେ ତାଙ୍କ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକି ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଦାବି କରାଯାଇଛି ଯେ, ସଲମାନ ଖାନ କଳା ହରିଣର ହତ୍ୟା କରିଥିଲେ, ଯେଉଁଥି ପାଇଁ ସେ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ।
ହେଲେ ନିକଟରେ ସଲମାନ ଖାନଙ୍କ ପିତା ସଲିମ ଖାନ କହିଥିଲେ ସଲମାନ କୌଣସି ପ୍ରାଣୀକୁ ହତ୍ୟା କରିନାହାଁନ୍ତି ତେବେ ସେ କାହିଁକି କ୍ଷମା ମାଗିବେ? କ୍ଷମା ମାଗିବାର ଅର୍ଥ ହେଉଛି ସଲମାନ କରି ନଥିବା ଭୁଲକୁ ସ୍ୱିକାର କରୁଛନ୍ତି । ହେଲେ ସେ ଏପରି କାମ କରି ନାହାଁନ୍ତି ।

ବର୍ତ୍ତମାନ ଭଜନ ସମ୍ରାଟ ଅନୁପ ଜଲୋଟା ଏକା ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ସଲମାନ ଖାନ କଳା ହରିଣକୁ ମାରିଛନ୍ତି ନା ନାହିଁ ତା ଛାଡି ବର୍ତ୍ତମାନ ତାଙ୍କୁ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ଏହା ଆଉ ଅହଂକାରର ବିଷୟ ନୁହେଁ ।
ସେହିପରି ସେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି କହିଛନ୍ତି, ସଲମାନ ଖାନ କଳା ହରିଣର ହତ୍ୟା କରିଛନ୍ତି। ସଲମାନ ଯୋଧପୁରରୁ ଫେରିବା ପରେ ସେ ସୋମି ଅଲିଙ୍କୁ ଏ ବିଷୟରେ କହିଥିଲେ। ସେତେବେଳେ ସଲମାନ ଖାନ ଓ ସୋମି ଅଲି ପ୍ରେମ ସମ୍ପର୍କରେ ଥିଲେ । ସୋମି ଅଲି କହିଛନ୍ତି ଉକ୍ତ ସମୟରେ ସଲମାନ ଜାଣି ନଥିଲେ ଯେ କଳା ହରିଣକୁ ବିଷ୍ଣୋଇ ସମ୍ପ୍ରଦାୟ ପୂଜା କରନ୍ତି ବୋଲି ।












Click it and Unblock the Notifications