ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଲୁକ୍ କଲା ଫ୍ୟାନ୍ସଙ୍କୁ ମତୁଆଲା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ସିନେମା 'କିସି କା ଭାଇ କିସି କି ଜାନ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ଯାଉଛି । ବର୍ତ୍ତମାନ ଏହି ସିନେମାର ଆଉ ଏକ ଗୀତ 'Bathukamma'ମୁକ୍ତିଲାଭ କରିଛି । ଯେଉଁଥିରେ ପୁରା ଷ୍ଟାରକାଷ୍ଟଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଏଥି ସହିତ ଗୀତରେ ସଲମାନ ଖାନଙ୍କ ଲୁକ ପ୍ରଶଂସକଙ୍କୁ ଆକର୍ଷିତ କରୁଛି ।
'Bathukamma'ଗୀତରେ ସଲମାନ ଖାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ପ୍ରଥମ ଥର ଦେଖିବା ପାଇଁ ମିଳୁଛି । ସାଉଥ୍ ଇଣ୍ତିଆନ୍ ଲୁକରେ ଫ୍ୟାନ୍ସଙ୍କୁ ମତୁଆଲା କରୁଛନ୍ତି ଭାଇଜାନ । ଏହା ବ୍ୟତୀତ ଶେହେନାଜ ଗିଲ୍, ପଲକ ତିୱାରୀ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ ମଧ୍ୟ ଏହି ଗୀତରେ ନଜର ଆସୁଛନ୍ତି । ସମସ୍ତଙ୍କୁ ଦକ୍ଷିଣ ଭାରତୀୟ ଷ୍ଟାଇଲର ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ରିଲିଜ୍ ହେବା ପରଠୁ ଏହି ଗୀତଟି ଖୁବ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଗୀତକୁ ଖୁବ ପସନ୍ଦ କରୁଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,'Bathukamma' ତେଲେଙ୍ଗାନାର ଏକ ପର୍ବ । ଯେଉଁଥିରେ ମହିଳାମାନେ ଫୁଲଧୂପ ଦେଇ ମା'ସତୀଙ୍କ ପୂଜାର୍ଚ୍ଚନା କରନ୍ତି । ଏହି ଗୀତରେ ମଧ୍ୟ ଏହାର ଏକ ଝଲକ ଦେଖିବା ପାଇଁ ମିଳୁଛି । ଏହି ଗୀତକୁ ସନ୍ତୋଶ ଭେଙ୍କି, ଅଇରା ଉଦୁପି, ହରିଣୀ ଇଭାଟୁରୀ, ସୁଚେଥା ବସରୁର ଏବଂ ବିଜୟଲକ୍ଷ୍ମୀ ମେଟିନାହୋଲ ଏକାଠି ଗାଇଛନ୍ତି ।
'କିସି କା ଭାଇ କିସି କି ଜାନ'ର ତିନୋଟି ଗୀତ ମୁକ୍ତିଲାଭ କରିଛି । ଫରହାଦ୍ ସାମଜୀ ସଲମାନ ଖାନଙ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୧,୨୦୨୩ ଇଦ୍ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହେବ ।












Click it and Unblock the Notifications