Get Updates
Get notified of breaking news, exclusive insights, and must-see stories!

ରିଲିଜ୍ ହେଲା 'କିସି କା ଭାଇ କିସି କି ଜାନ', ଫ୍ୟାନ୍ସ ଦେଲେ ଏପରି ରିଆକ୍ସନ

ମୁମ୍ବାଇ: ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ କରିଛି । ସକାଳୁ ହିଁ ଦବଙ୍ଗ ଖାନଙ୍କର ପ୍ରଥମ ସୋ'ଦେଖିବା ପାଇଁ ଥିଏଟର ବାହାରେ ସିନେ ପ୍ରେମୀଙ୍କର ଭିଡ଼ ଦେଖିବା ପାଇଁ ମିଳିଥିଲା ।

ଏହାରି ମଧ୍ୟରେ 'କିସି କା ଭାଇ କିସି କି ଜାନ'ର ପ୍ରାରମ୍ଭିକ ସମୀକ୍ଷା ମଧ୍ୟ ଟ୍ୱିଟରରେ ଆସିବା ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଫିଲ୍ମକୁ କିପରି ରହିଛି ଦର୍ଶକଙ୍କ ପ୍ରତିକ୍ରିୟା । 'କିସି କା ଭାଇ କିସି କି ଜାନ'ର ସମୀକ୍ଷା ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି । ଫିଲ୍ମରେ ସଲମାନ ଖାନଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ବେଶ୍ ଅଧିକ ପସନ୍ଦ ଆସୁଛି ।

Kisi Ka Bhai Kisi Ki Jaan

ଭାଇଜାନଙ୍କ ପ୍ରଥମ ଝଲକ ଦେଖିବା ଦେଖିବା ପରେ କର ତାଳିରେ କମ୍ପି ଉଠିଥିଲା ସିନେମା ହଲ । ସୋସିଆଲ ମିଡିଆରେ ଅନେକ ଭିଡିଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଲମାନ ଖାନଙ୍କ ଏଣ୍ଟ୍ରି, ଲୁକ୍, ଆକ୍ସନ, ରୋମାନ୍ସ ସବୁ କିଛି ରହଛି ପରଫେକ୍ଟ ।

ଜଣେ ୟୁଜର ଲେଖିଛନ୍ତି, ସିଟି ମାର୍ ଏଣ୍ଟ୍ରି...ସ୍ୱାଗସେ କରେଙ୍ଗେ ସବକା ଏଣ୍ଟ୍ରି । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ସୁପରଷ୍ଟାର ସଲମାନ ଖାନ ଅନ୍ଦାଜ୍ ଲାଜୱାବ୍ । ସଲମାନ ଖାନଙ୍କ ପ୍ରଥମ ଲୁକ ଦେଖି ପୁରା ଥିଏଟର ଏକ ଷ୍ଟାଡିୟମରେ ପରିଣତ ହୋଇଥିଲା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଲମାନ ଖାନଙ୍କୁ ଶେଷ ଥର ପାଇଁ ୨୦୨୧ରେ ଫିଲ୍ମ 'ଅନ୍ତିମ'ଲିଡ୍ ଆକ୍ଟର ଭାବେ ଦେଖିବା ପାଇଁ ମିଳିଥିଲା । ଏହା ପରେ 'କିସି କା ଭାଇ କିସି କି ଜାନ'ରେ ବଡ ପରଦାରେ ସଲମାନଙ୍କୁ ମୁଖ୍ୟ ଭୂମିକାରେ ଦେଖି ପ୍ରଶଂସକମାନେ ବେଶ୍ ଖୁସ ଅଛନ୍ତି । ଫରହାଦ୍ ସମଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୂଜା ହେଗଡେ, ଭେଙ୍କଟେଶ ଡଗଗୁବତୀ, ଶେହନାଜ ଗିଲ, ରାଘବ ଜୁୟାଲ, ଭୁମିକା ଚାୱଲା, ଜଗପାଠୀ ବାବୁ, ବିଜୟନ୍ଦର ସିଂ ଏବଂ ଅନ୍ୟମାନେ କଳାକାର ମଧ୍ୟ ନଜର ଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+