ଏହି ରୋଗରେ ପୀଡିତ ବଲିଉଡ ଅଭିନେତା ସଲମାନ
ବଲିଉଡର ଚର୍ଚ୍ଚିତ ଷ୍ଟାର୍ ସଲମାନ ଖାନଙ୍କୁ ନେଇ ବର୍ତ୍ତମାନ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସେ ବ୍ରେନ୍ ଆନ୍ୟୁରିଜିମ୍ ଏବଂ AV ମାଲ୍ଫର୍ମେସନ୍ ଭଳି ଗମ୍ଭୀର ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଯାହାର ଖୁଲାସା ସଲମାନ କରିଛନ୍ତି । ଏପରି ପରିସ୍ଥିତିରେ ସଲମାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଚିନ୍ତିତ ରହିଛନ୍ତି । ଏପରି ଅବସ୍ଥାରେ ତାଙ୍କ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୧୯୮୮ ମସିହାରେ 'ବିବି ହୋ ତୋ ଐସି' ସହିତ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ।
ନିକଟରେ ସେ 'ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶର୍ମା ଶୋ'ରେ ଅତିଥି ଭାବେ ନଜର ଆସିଥିଲେ। ଏହି ଶୋ'ରେ, ଅଭିନେତା ନିଜ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବଡ଼ କଥା କହିଛନ୍ତି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, ବ୍ରେନ ଆନ୍ୟୁରିଜମ୍ ଏବଂ ଏଭି ମାଲ୍ଫର୍ମେସନ ଭଳି ରୋଗରେ ପୀଡ଼ିତ। ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ସଲମାନ କହିଥିଲେ, 'ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆ(trigeminal neuralgia)ରେ ପୀଡ଼ିତ ଥିବା ସତ୍ତ୍ୱେ କାମ କରୁଛି, ମସ୍ତିଷ୍କରେ ଆନିଉରିଜମ୍(aneurysm) ହୋଇଥିବା ଯୋଗୁ ଏହାର ଚିକିତ୍ସା ଉପରେ କାମ କରୁଛି। AV malformation ଅଛି, ଏହାର ଚିକିତ୍ସା ଚାଲିଛି। ମୋ ଜୀବନରେ ଏସବୁ ଚାଲିଛି ଯଦି ଏହା କମ ବୟସରେ ହୋଇଥାନ୍ତା, ତେବେ ଏହା ଠିକ ହୋଇଥାନ୍ତା, ଆମେ ପୁଣି କାମ କରିଥାନ୍ତୁ। ହେଲେ ଏବେ ହୋଇ ବେଶ ଅସୁବିଧା ଭୋଗିବାକୁ ପଡ଼ୁଥିବା ସେ କହିଛନ୍ତି।












Click it and Unblock the Notifications