ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ୍, ଘର ବାହାରେ ପୋଲିସ ମୁତୟନ
ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଛି । ମାର୍ଚ୍ଚ ୧୮ରେ ଏହି ଇ-ମେଲ୍ ଆସିଛି । ଏଥିଲେ ଲେଖାଯାଇଛି ଯେ, ସଲମାନଙ୍କ ସହ ଗୋଲ୍ଡି ବ୍ରାର କଥା ହେବା ପାଇଁ ଚାହୁଁଛନ୍ତି । ଏଥି ସହ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ଧମକ ମଧ୍ୟ ଦିଆଯାଇଛି ।

ମୁମ୍ବାଇ:ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଛି । ମାର୍ଚ୍ଚ ୧୮ରେ ଏହି ଇ-ମେଲ୍ ଆସିଛି । ଏଥିଲେ ଲେଖାଯାଇଛି ଯେ, ସଲମାନଙ୍କ ସହ ଗୋଲ୍ଡି ବ୍ରାର କଥା ହେବା ପାଇଁ ଚାହୁଁଛନ୍ତି । ଏଥି ସହ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ଧମକ ମଧ୍ୟ ଦିଆଯାଇଛି ।
ସଲମାନ ଖାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜାଲକରଙ୍କ ଅଭିଯୋଗ ଉପରେ ମୁମ୍ବାଇ ପୋଲିସ ରବିବାର ଦିନ ଆଇପିସିର ଧାରା ୧୨୦ (B), ୩୪ ଏବଂ ୫୦୬ (2) ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଏବଂ ଲରେନ୍ସଙ୍କ ନାଁରେ ଏକ ମାମାଲା ରୁଜୁ କରାଯାଇଛି । ଧମକ ପାଇବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରିଛି ।
ତେବେ ଇମେଲ୍ କରିଥିବା ବ୍ୟକ୍ତି ନିଜକୁ ରୋହିତ ଗର୍ଗ ଭାବେ ପରିଚୟ ଦେଇଛି । ଏହି ଇମେଲରେ ଲେଖାଯାଇଛି ଯେ, ଗୋଲ୍ଡୀ ବ୍ରାର ତୁମ ବସ୍ ଅର୍ଥାତ୍ ସଲମାନ ଖାନଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି । ସେ ନିଶ୍ଚିତ ଭାବେ ବିଷ୍ଣୋଇଙ୍କ ସାକ୍ଷାତକାର ଦେଖିଥିବେ । ଯଦି ସେ ଦେଖି ନାହାଁନ୍ତି ତାଙ୍କୁ ଦେଖିବା ପାଇଁ କୁହ ଏବଂ ଯଦି ସେ ଚାହୁଁଛନ୍ତି ଏହି ମାମଲା ଏଠି ହିଁ ବନ୍ଦ ହୋଇଯାଉ ତେବେ ସେ ତୁରନ୍ତ ଗୋଲ୍ଡୀ ବ୍ରାରଙ୍କ ସହ କଥା ହୁଅନ୍ତୁ । ସେ ମୁହାଁମୁହିଁ କଥା ହେବା ପାଇଁ ଯଦି ଚାହୁଁଛନ୍ତି ତେବେ ଆମକୁ ଜଣାଅ । ଏହାର ବ୍ୟବସ୍ଥା ଆମେ କରିବୁ । ନ ହେଲେ ପରବର୍ତ୍ତି ସମୟରେ ତୁମେ କେବଳ ଘଟଣା ଦେଖି ଆଶ୍ଚର୍ଯ୍ୟ ହେବ । ଏହି ଇ-ମେଲ୍ ମିଳିବା ପରେ ସଲମାନ ଖାନଙ୍କ ଟିମ୍ ତୁରନ୍ତ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି । ଅଭିନେତାଙ୍କ ଘର ବାହାରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।












Click it and Unblock the Notifications