ଚିନ୍ତାରେ ସଲମାନ: ୬ ବର୍ଷରେ ୧୨ ଥର ହତ୍ୟା ଧମକ...
Salman Khan: ବଲିଉଡରେ ସୁପରଷ୍ଟାର ସଲମାନ ଖାନ ଗତ 2 ବର୍ଷ ହେଲା କଡ଼ା ସୁରକ୍ଷା ମଧ୍ୟରେ ରହୁଛନ୍ତି । କାରଣ ହେଉଛି ତାଙ୍କୁ ବାରମ୍ବାର ମିଳୁଥିବା ହତ୍ୟା ଧମକ । ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳୁଛି । ଏପରିକି ଥରେ ସଲାମାନଙ୍କ ଘର ଉପରକୁ ଗୁଳି ମାଡ଼ ମଧ୍ୟ କରାଯାଇଛି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ଯେପରି ପ୍ରତ୍ୟେକ ଦିନ ଭାଇଜାନଙ୍କୁ ଆସୁଛି ଧମକପୂର୍ଣ୍ଣ ମେଲ୍ । ।
ଏଥିସହିତ କ୍ରମାଗତ ଧମକକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ତାଙ୍କୁ Y ପ୍ଲସ୍ ସୁରକ୍ଷା ମଧ୍ୟ ଯୋଗାଇ ଦେଇଛି । ହେଲେ ତାଙ୍କୁ ଧମକ ଆସିବା କମି ନାହିଁ । ବୁଧବାର ଦିନ ସଲମାନ ଖାନଙ୍କୁ 2 କୋଟି ଟଙ୍କା ପଠାଇବାକୁ ଧମକ ଦିଆଯାଇଥିଲା ଯଦି ସେ ଏପରି ନ କରନ୍ତି ତେବେ ତାଙ୍କର ହତ୍ୟା କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଏହି ଧମକ କଲ୍ ମୁମ୍ବାଇ ଟ୍ରାଫିକ୍ ପୋଲିସ୍ କଣ୍ଟ୍ରୋଲ ରୁମକୁ ଆସିଥିଲା। ଯାହା ପରେ ପୋଲିସ ସତର୍କ ହେବା ସହ ତଦନ୍ତ ଆରମ୍ଭ କରିଛି । ସାମଲାନ ଖାନଙ୍କ ପାଇଁ ଏହା ପ୍ରଥମ ବିପଦ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ଧମକ ଦିଆଯାଇଥିଲା। ଚଳିତ ମାସ ପର୍ଯ୍ୟନ୍ତ ତାଙ୍କୁ ତିନିଥର ଧମକ ଦିଆଯାଇଛି।

25 ଅକ୍ଟୋବର 2024 ରେ ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମିଳିଥିଲା। ଏହି ଧମକ ଦେଇଥିବା ଅଭିଯୁକ୍ତକୁ ମଙ୍ଗଳବାର ଦିନ ନୋଏଡାରୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତ ଜଣଙ୍କ ନାଁ ମହମ୍ମଦ ତାଇୟାବ ।
ଅକ୍ଟୋବର 18 ରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଝାଡଖଣ୍ତରୁ ଗିରଫ କରିଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମର ହ୍ୱାଟ୍ସ ଆପକୁ ଏହି କଲ୍ ଆସିଥିଲା । ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ। ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଧମକ ଦେଇଥିବା ବ୍ୟକ୍ତି ଏହା ମଧ୍ୟ କହିଥିଲେ ଯେ, ଯଦି ସଲମାନ ଲରେନ୍ସଙ୍କ ସହ ତାଙ୍କର ଶତ୍ରୁତାକୁ ଶେଷ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ 5 କୋଟି ଟଙ୍କା ଦେବାକୁ ପଡିବ। ଯଦି ଟଙ୍କା ନ ଦିଆଯାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କଠୁ ଖରାପ ହେବ।
ଏପ୍ରିଲ 14 ଦିନ ସଲମାନଙ୍କ ବାନ୍ଦ୍ରା ଘରର ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ମାଡ଼ କରାଯାଇଥିଲା । ଏହି ଆକ୍ରମଣ ପାଇଁ ଲରେନ୍ସ ଗ୍ରୁପ୍ ନିଜକୁ ଦାୟି କରିଥିଲା । ଏହା ପରେ ସଲମାନଙ୍କ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଥିଲା।
ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଦ୍ୱାରା ଧରାଯିବା ପରେ ଦୁହେଁ ନିଜକୁ ସଲମାନଙ୍କ ପ୍ରଶଂସକ ବୋଲି କହିଥିଲେ । ସେମାନଙ୍କଠାରୁ ନକଲି ଆଧାର କାର୍ଡ ମଧ୍ୟ ଜବତ କରାଯାଇଥିଲା । ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ।
ନଭେମ୍ବର 2023ରେ ସଲମାନ ଖାନଙ୍କୁ ଫେସବୁକ ଜରିଆରେ ଧମକ ଦିଆଯାଇଥିଲା ।
2023 ଏପ୍ରିଲ ମାସରେ ସଲମାନ ଖାନଙ୍କୁ 16 ବର୍ଷର ନାବାଳକ ବାଳକ ଧମକ ଦେଇଥିଲା। ସେ ମୁମ୍ବାଇ ପୋଲିସକୁ ଫୋନ କରି କହିଥିଲେ ଯେ ସେ 30 ଏପ୍ରିଲ 2023 ରେ ସଲମାନଙ୍କୁ ହତ୍ୟା କରାଯିବ ।
ମାର୍ଚ୍ଚ 2023 ସଲମାନ ଖାନଙ୍କୁ ଯୋଧପୁରରୁ ଧମକ ମିଳିଥିଲା । ଯୋଧପୁରର ଧାକରାମରୁ ସଲମାନଙ୍କ ଅଫିସିଆଲ ମେଲରେ 3 ଟି ଇ-ମେଲ ପଠାଇଥିଲେ। ଏଥିରେ ଲେଖାଥିଲା ଯେ ସଲମାନ ଖାନ ତୁମର ପରବର୍ତ୍ତୀ ନମ୍ବର, ତୁମେ ଯୋଧପୁରକୁ ଆସିବା ମାତ୍ରେ ସିଦ୍ଧୁ ମୋସେୱାଲାଙ୍କ ପରି ତୁମର ହତ୍ୟା କରାଯିବ।
ବର୍ଷ 2022ରେ ଲରେନ୍ସ ବିଷ୍ଣୋ ଗ୍ୟାଙ୍ଗର ସଦସ୍ୟ ଏକ ଜଗିଂ ପାର୍କରେ ପହଞ୍ଚିଥିଲେ, ଯେଉଁଠାରେ ସଲମାନଙ୍କ ପିତା ସଲିମ ଖାନଙ୍କୁ ଧମକ ଦିଆଯାଇଥିଲା । ଆକ୍ରମଣକାରୀମାନେ ପାର୍କ ବେଞ୍ଚରେ ଏକ ଧମକପୂର୍ଣ୍ଣ ଚିଠି ଲେଖି ସଲିମ ଖାନଙ୍କୁ ଦେଇଥିଲେ । ଏହି ଚିଠିରେ ଲେଖାଯାଇଥିଲା ଯେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ଅବସ୍ଥା ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି କରାଯିବ ।
2019 ବର୍ଷ ଏଥର ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ସେହିପରି ବର୍ଷ 2018ରେ ଯୋଧପୁର କୋର୍ଟ ନିକଟେରେ ପ୍ରଥମ ଥର ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ରଥମ ଥର ପାଇଁ ଯୋଧପୁର କୋର୍ଟରେ ହାଜର ହେବା ସମୟରେ କହିଥିଲେ ଯେ ଆମେ ନିଜେ ଯୋଧପୁରରେ ସଲମାନଙ୍କୁ ହତ୍ୟା କରିବୁ ।












Click it and Unblock the Notifications